ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଖୁସିଖବର: ୧୦ ପ୍ରତିଶତ ସଂରକ୍ଷଣ ସାଙ୍ଗକୁ ୩ ବର୍ଷ

ଭୁବନେଶ୍ୱର,୪।୧୦: ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ ସମ୍ପର୍କିତ ଏହି ବିଜ୍ଞପ୍ତରେ ଉଲ୍ଲେଖ ଅଛି। ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ରହିବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ରହିବ । ସେହିପରି ଗ ଓ ଘ ବର୍ଗ ପଦବୀରେ ର୍ନିଦ୍ଧାରିତ ବୟସସୀମା ୩ ବର୍ଷ କୋହଳ କରାଯାଇଛି । ଅନ୍ୟପକ୍ଷରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରିରୀକ ପରୀକ୍ଷାରୁ ଅବ୍ୟାହତି ମିଳିବ ।

ଏ ନେଇ ପୂର୍ବରୁ କ୍ୟାବିନେଟ ଅନୁମୋଦନ ଲାଭ କରିଛି । ଅଗ୍ନିବୀରଙ୍କ ପାଇଁ ରାଜ୍ୟରେ ରହିବ ୧୦% ସଂରକ୍ଷଣ ବ୍ୟବସ୍ଥା । ଏଥିପାଇଁ ଓ ଅବସରପ୍ରାପ୍ତ ଅଗ୍ନିବୀର(ୟୁନିଫର୍ମ ସେବାରେ ନିଯୁକ୍ତି) ନିୟମାବଳୀ-୨୦୨୪ ପ୍ରଣୟନ କରାଯିବ । ରାଜ୍ୟରେ ଯୁନିଫର୍ମ ସେବାରେ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ବାରା ହେଉଥିବା ସମସ୍ତ ‘ ଗ’ ଓ ‘ଘ’ ପଦବୀରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ ।

ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ଦଶ ପ୍ରତିଶତ ୧୦% ସଂରକ୍ଷଣ ରହିବ । ସେମାନଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାକୁ ୩ ବର୍ଷ କୋହଳ କରାଯିବ । ଅବସରସପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ପରୀକ୍ଷା ଦେବାକୁ ପଡ଼ିବ ନାହିଁ ।