ଝାରସୁଗୁଡ଼ା ଅଫିସ,୧୧ା୧୦: ଝାରସୁଗୁଡ଼ା ଜିଲାରେ କୋଭିଡ୍ରେ ଦୁଇ କରୋନା ଯୋଦ୍ଧା ଖବରଦାତା ଅମଜଦ୍ ବାଦଶାହା ଓ ଆଦିତ୍ୟ ସାହୁଙ୍କ ମୃତ୍ୟୁ ଘଟିଥିଲା। ସରକାରଙ୍କ ଘୋଷଣା ଅନୁଯାୟୀ ଉଭୟ ଖବରଦାତାଙ୍କ ପରିବାରକୁ ସହାୟତା ବାବଦରେ ୧୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଏହି ସହାୟତା ରାଶିକୁ ଜିଲାପାଳ ସରୋଜ କୁମାର ସାମଲ ସ୍ବର୍ଗତ ଖବରଦାତା ଅମଜଦ୍ଙ୍କ ସ୍ତ୍ରୀ ସୋଫିଆ ନାଜ୍ ଓ ଆଦିତ୍ୟଙ୍କ ସ୍ତ୍ରୀ ଜୟଶ୍ରୀ ସାହୁଙ୍କୁ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଲଙ୍କେଶ୍ୱର ଅମାତ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାୟିତ୍ୱରେ ଥିବା ଯୋଗେନ୍ଦ୍ର ମାଝି, ଡେପୁଟି କଲେକ୍ଟର ଗୋବିନ୍ଦ ଡନସେନା ଓ ଖବରଦାତା ମେହବୁବ୍ ମାହତାବ ପ୍ରମୁଖ ଉପସ୍ଥିତ ଥିଲେ।