Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ବେଙ୍ଗାଲୁରୁ,୩୧।୭: ଆସନ୍ତା ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ ଅଛନ୍ତି। ଦୀର୍ଘ ଦିନ ଧରି କ୍ରିକେଟ ଠାରୁ ଦୂରରେ ରହିଥିବା ବୁମ୍‌ରା ବର୍ତ୍ତମାନ ପଡ଼ିଆକୁ ଫେରିବାକୁ ବୁମ୍‌ରା। ସମ୍ପୂର୍ଣ୍ଣ ଫିଟନେସ ପାଇବା ପରେ ବୁମରା ଏକ ଅଭ୍ୟାସ ମ୍ୟାଚ ମଧ୍ୟ ଖେଳିଥିଲେ। ସେ କିଛି ସମୟ ପାଇଁ ଜାତୀୟ କ୍ରିକେଟ ଏକାଡେମୀରେ ନେଟ୍ସରେ ବୋଲିଂ କରୁଥିଲେ। କିନ୍ତୁ ବର୍ତ୍ତମାନ ଅଭ୍ୟାସ ମ୍ୟାଚରେ ବୁମରା ୧୦ ଓଭର ବୋଲିଂ କରିଥିଲେ।
ବୁମ୍‌ରା ତାଙ୍କ ଫିଟନେସ ମାଧ୍ୟମରେ ସୂଚାଇ ଦେଉଛନ୍ତି ଯେ ସେ ଆୟର୍ଲାଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ବୁମରା ଆୟର୍ଲାଣ୍ଡ ଗସ୍ତରେ ଯିବେ କି ନାହିଁ ସେ ସମ୍ପର୍କରେ କୌଣସି ଅଫିସିଆଲ ଅପଡେଟ ନାହିଁ। ଆୟର୍ଲାଣ୍ଡ ଗସ୍ତ ପରେ ଖେଳାଯିବାକୁ ଥିବା ଏସିଆ କପ ଏବଂ ବିଶ୍ୱକପ ଦୃଷ୍ଟିରୁ ବୁମ୍‌ରା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରନ୍ତି।
ଅନ୍ୟପକ୍ଷରେ, ଆଲୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଆନ୍ତଃ- ସ୍କ୍ବାର୍ଡ ଅଭ୍ୟାସ ମ୍ୟାଚରେ ବୁମରା ମୁମ୍ବାଇର କିଛି ବ୍ୟାଟ୍ସମ୍ୟାନଙ୍କୁ ୧୦ ଓଭର ବୋଲିଂ କରିଥିଲେ। ସେ ଗୋଟିଏ ଉଇକେଟ୍‌ ନେଇଥିଲେ।

Share