ଭଦ୍ରକ ଅଫିସ,୨୧।୭: ଭଦ୍ରକ ଜିଲାବାସୀଙ୍କୁ ଘରେ ବସି ସ୍ବାସ୍ଥ୍ୟ ସେବା ଯୋଗାଇବା ଓ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ମଙ୍ଗଳବାର ଜିଲା ମୁଖ୍ୟ ଡାକ୍ତରଖାନାରେ ଟେଲିମେଡିଶିନ ସେବା ଶୁଭାରମ୍ଭ ହୋଇଛି। ଏ ନେଇ ଡାକ୍ତରଖାନା ପକ୍ଷରୁ ୨ ଟି ମୋବାଇଲ ନଂ. ୭୬୫୫୦୫୦୮୬୭ ଓ ୭୬୫୫୦୫୦୮୬୮ ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ଲୋକମାନେ ଫୋନ୍କରି ସ୍ବାସ୍ଥ୍ୟବସ୍ଥା ଜଣାଇଲେ, ଔଷଧ ଓ ଆବଶ୍ୟକ ପରାମର୍ଶ ଦିଆଯିବ ବୋଲି କୁହାଯାଇଛି। ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ପଦକ୍ଷେପ ନିଆଯାଇଛି।
ସିଡିଏମଓ ଡ. ସନ୍ତୋଷ କୁମାର ପାତ୍ର କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି। ଏହି ସେବା ପ୍ରତ୍ୟେକ ଦିନ ସକାଳ ୮ରୁ ସା ୫ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି। ଏଥିପାଇଁ ଦୁଇ ଜଣ ଫାର୍ମାସିଷ୍ଟ ସହ ୭ ଜଣ ଡାକ୍ତର କାର୍ଯ୍ୟ କରିବେ।