ଭୁବନେଶ୍ୱରବାସୀଙ୍କ ପାଇଁ ଖୁସିଖବର: ଏଣିକି ବସିବ ଓମ୍‌ଫେଡ୍‌ ଭେଣ୍ଡିଂ ମେଶିନ, ଜାଣନ୍ତୁ କେଉଁଠି….

ଭୁବନେଶ୍ୱର,୧୩।୯: ଭୁବନେଶ୍ୱରରେ ଖୁବ୍‌ ଶୀଘ୍ର ଓମ୍‌ଫେଡ୍‌ ଭେଣ୍ଡିଂ ମେଶିନ ଆରମ୍ଭ ହେବ। ଏ ନେଇ ଓମ୍‌ଫେଡ୍‌ ଏମ୍ଡି ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା ଦେଇଛନ୍ତି।
ପ୍ରାଥମିକ ପର୍ଯ୍ୟାୟରେ ଜନପଥରେ ଭେଣ୍ଡିଂ ମେଶିନ ବସାଇବା ଯୋଜନା ହୋଇଛି। ପରେ ୨୦ଟି ଭେଣ୍ଡି ମେଶିିନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବସାଯିବ ବୋଲି କୁଲାଙ୍ଗେ ସୂଚନା ଦେଇଛନ୍ତି।

 

କମଳା ରଙ୍ଗ ପ୍ୟାକେଟ୍‌ରେ ବଜାରକୁ ପରୀକ୍ଷାମୂଳକ ଭାବେ ଛଡ଼ାଯାଇଛି ଓମ୍‌ଫେଡ୍‌ କ୍ଷୀର। ଏହି କ୍ଷୀର ପ୍ୟାକେଟ୍‌ର ଫଟୋ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିଲା। ସରକାର ବଦଳିଲା ପରେ ଏବେ କ୍ଷୀରରେ ମଧ୍ୟ ଗେରୁଆ ରଙ୍ଗ ଲାଗିଲା ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ପୂର୍ବରୁ ଓମ୍‌ଫେଡ୍‌ କ୍ଷୀର ପ୍ୟାକେଟ୍‌ ନୀଳ ଓ ୨ ପ୍ରକାରର ଗୋଲାପୀ ରଙ୍ଗରେ ଉପଲବ୍ଧ ହେଉଥିଲା। ତେବେ ଏବେ କମଳା ରଙ୍ଗ ପ୍ୟାକେଟକୁ ନେଇ ଓମ୍‌ଫେଡ୍‌ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ କହିଥିଲେ, ଏହା ଓମ୍‌ଫେଡ୍‌ର ନୂଆ ପ୍ରଡକ୍ଟ। ପୂର୍ବରୁ ଓମ୍‌ଫେଡ୍‌ର କମଳା ରଙ୍ଗ ପ୍ୟାକେଟରେ ଚା’ ସ୍ପେଶାଲ କ୍ଷୀର ମିଳୁଥିଲା। ମାତ୍ର ତାହାର ଭଲ ବିକ୍ରି ହେଉ ନ ଥିଲା। ଏହି ପ୍ରଡକ୍ଟ ହେଉଛି ତାହାର ହାୟର ଭର୍ସନ। ଏଥିରେ ଅଧିକ ଫ୍ୟାଟ୍‌ ରହିଛି, ଯାହାକୁ ଗୃହିଣୀ, ଚା ଦୋକାନୀ ସମସ୍ତଙ୍କୁ ପସନ୍ଦ ଆସିବ। ଆମର ପ୍ରତିଯୋଗୀଙ୍କ ପାଖରେ ଏହି ଗୁଣ ଓ ମାନର କ୍ଷୀର ନାହିଁ। ବର୍ତ୍ତମାନ ତାହାର ମାର୍କେଟ ଟ୍ରାଏଲ କରାଯାଉଛି। ସରକାରଙ୍କ ସହ ଆଲୋଚାନା କରିବା ପରେ ଆସନ୍ତା ୧୦/୧୫ ଦିନ ଭିତରେ ବଜାରକୁ ନିୟମିତ ଭାବେ ଛଡାଯିବ ବୋଲି କହିଥିଲେ।

 

 

Share