ପଶ୍ଚିମ ଓଡ଼ିଶା ଲୋକଙ୍କ ପାଇଁ ଖୁସିଖବର: ଆସ୍ଥା ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର, ଅଯୋଧ୍ୟାକୁ….

ସମ୍ବଲପୁର,୨୦।୨: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସମ୍ବଲପୁର ଗସ୍ତରେ ଯାଇଛନ୍ତି। ସକାଳେ ପ୍ରଥମେ ସେ ସମ୍ବଲପୁର ରେଳ ଷ୍ଟେଶନରେ ସମ୍ବଲପୁର-ଦର୍ଶନ ନଗର-ସମ୍ବଲପୁର ଆସ୍ଥା ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍‌ ଯୋଗେ ପଶ୍ଚିମ ଓଡ଼ିଶା ଲୋକେ ଅଯୋଧ୍ୟା ଯାଇ ଶ୍ରୀରାମଙ୍କୁ ଦର୍ଶନ କରିପାରିବେ।
ସେହିପରି ସମ୍ବଲପୁର ବୈଦିକ ଆର୍ନ୍ତଜାତିକ ସ୍କୁଲରେ ରୋବୋଟିକ ସେଣ୍ଟରର ଲୋକାର୍ପଣ କରିବେ। ଏହା ସହ ମଝିପାଲିଠାରେ ଓ ପ୍ରଥମ ସ୍କିଲ ଇଣ୍ଡିଆ ସେଣ୍ଟରର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ। ପରେ ସମ୍ବଲପୁର ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରୁ ଭିଡିଓ କନଫରେନସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଡ଼ି ହେବେ। ପରେ ଡାକ ବିଭାଗ ପକ୍ଷରୁ ସନ୍ଥକବି ଭୀମଭୋଇ, ସ୍ବଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓ ସାଂସ୍କୃତିକ ଐତିହ୍ୟ ଉପରେ ୬ଟି ଡାକ ଟିକେଟ ଉନ୍ମୋଚିତ ହେବ। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାର ୪୨ଟି ଡାକଘରର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Share