ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଖୁସି ଖବର ମିଳିଛି। ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଜୋଫ୍ରା ଆର୍ଚର ଦଳକୁ ଫେରିବେ ବୋଲି ଜଣାପଡିଛି। ଭାରତ ବିପକ୍ଷ ଏକଦିବସୀୟ ସିରିଜ ପୂର୍ବରୁ ଇଂଲଣ୍ଡ ବୋଲର୍ ଜୋଫ୍ରା ଆର୍ଚର ସ୍ବଦେଶ ଫେରି ଥିଲେ। ସେଠାରେ ତାଙ୍କ ହାତରେ ଛୋଟ ଅସ୍ତ୍ରୋପଚାର କରିଥିଲେ। ଆର୍ଚରଙ୍କ ହାତରେ ଏକ କାଚ ପଶିଯାଇ ଥିଲା, ଯାହା ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରାଯାଇଥିଲା। ଆର୍ଚରଙ୍କ ଅସ୍ତ୍ରୋପଚାର ପରେ କୁହାଯାଉଥିଲା ଯେ ଆଇପିଏଲ୍ର ଚଳିତ ସିଜିନରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ପାରିବେ ନାହିଁ। କିନ୍ତୁ ଏବେ ସେ ଦଳକୁ ଫେରିବେ ବୋଲି କୁହାଯାଇଛି। ଖବର ଅନୁଯାୟୀ, ଜୋଫ୍ରା ଆର୍ଚର ଆଇପିଏଲର ପ୍ରଥମ ମ୍ୟାଚ ଖେଳିବେ ନାହିଁ, କିନ୍ତୁ ସେ ଭାରତ ଆସି ଅଧିକାଂଶ ମ୍ୟାଚ୍ରେ ଭାଗ ନେବେ। ସୂଚନାଯୋଗ୍ୟ, ଆଇପିଏଲ ଏପ୍ରିଲ ୯ରୁ ଆରମ୍ଭ ହେଉଛି ଏବଂ ରାଜସ୍ଥାନ ରୟାଲ୍ସ ଏପ୍ରିଲ ୧୨ରେ ମୁମ୍ବାଇରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ।