ଦିଲ୍ଲୀରୁ ଆସିଲା ଖୁସି ଖବର: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ବଢୁଛି ,ମୃତ୍ୟୁ ହାର କମୁଛି

ନୂଆଦିଲ୍ଲୀ, ୧୧।୮: ଭାରତରେ କରୋନା ମହାମାରୀ ସଙ୍କଟ ହାରିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୭୦ ପ୍ରତିଶତ ପାଖାପାଖି ରହିଛି। ଏହା ୬୯.୭୯ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପର ପକ୍ଷରେ ମୃତ୍ୟୁ ହାର ପ୍ରଥମ ଥର ପାଇଁ ୨ ପ୍ରତିଶତରୁ କମ୍‌ ହେବାରେ ଲାଗିଛି। ଗତ ମାସରେ ଏହା ୨.୭୦ ପ୍ରତିଶତ ଥିଲା। ଜୁନ୍‌ ୧୧ରେ ଏହା ୨.୮୦ ପ୍ରତିଶତ ଥିଲା। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର ୬୭୫ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୪୫ ହଜାର ୨୫୭ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାର ୬୦୧ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ୮୭୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସୁଦ୍ଧା ୧୫ ଲକ୍ଷ ୮୩ ହଜାର ୪୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬ ଲକ୍ଷ ୩୯ ହଜାର ୯୨୯ ଜଣଙ୍କ ଚିକିତ୍ସା ଜାରି ରହିଛି।

Share