ଦିଲ୍ଲୀରୁ ଖୁସି ଖବର, ଭାରତକୁ ମିଳିବ ନୂଆ ଭାକ୍ସିନ୍‌ ଜାୟକୋଭ୍‌-ଡି…

ନୂଆଦିଲ୍ଲୀ,୧।୭: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଳାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌, ସିରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ, ରୁଷିଆର ଗାମାଲେୟା ଇନଷ୍ଟିଚ୍ୟୁଟ୍‌ର ସ୍ପୁଟନିକ୍‌-ଭି ଭାକ୍ସିନ୍‌ ଲୋକଙ୍କୁ ପ୍ରଦାନ କରାଯାଉଛି। ଇତିମଧ୍ୟରେ ଆମେରିକାର ମର୍ଡନା ଭାକ୍ସିନ୍‌କୁ ଡିସିଜିଆଇର ଅନୁମତି ମିିଳିଛି। ଏବେ କରୋନା ଲଢ଼େଇକୁ ସହଜ କରାଯିବା ଲାଗି ଦିଲ୍ଲୀରୁ ଖୁସି ଖବର ମିଳିଛି। ବେଙ୍ଗାଲୁରୁସ୍ଥିତ ଭାରତୀୟ ଔଷଧ କମ୍ପାନୀ ଜାୟଡସ୍‌ କାଡିଲା ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଭାକ୍ସିନ୍‌ ଜାୟକୋଭ୍‌-ଡି ଜରୁରୀ କାଳୀନ ସ୍ଥିତିରେ ଏହାର ପ୍ରୟୋଗ କରିବା ଲାଗି ଡିସିଜିଆଇର ଅନୁମତି ଲୋଡ଼ିଛି। ଜାୟକୋଭ୍‌-ଡିକୁ ଅନୁମତି ମିଳିଲେ ଭାରତରେ ବ୍ୟବହୃତ କରାଯାଉଥିବା ଭାକ୍ସିନ୍‌ ସଂଖ୍ୟା ୫ରେ ପହଞ୍ଚିବ। ଜାୟକୋଭ୍‌-ଡିର ପରୀକ୍ଷା ଦେଶର ୫୦ଟି କେନ୍ଦ୍ରରେ ୨୮ ହଜାର ଲୋକଙ୍କଠାରେ ପ୍ରୟୋଗ କରାଯାଇଛି। ସେମାନଙ୍କ ମଧ୍ୟରେ ହଜାରେ ଜଣ ୧୨ରୁ ୧୮ ବର୍ଷ ବୟସ୍କ ପିଲା ରହିଥିବା ଜାୟଡସ୍‌ କାଡିଲା ପକ୍ଷରୁ ସୂଚନା ଦିଆଯାଇଛି। ଅନୁମତି ମିଳିଲେ କମ୍ପାନୀ ବାର୍ଷିକ ୧୨୦ ନିୟୁତ ଡୋଜ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି।

Share