ଦିଲ୍ଲୀରୁ ଆସିଲା ଖୁସି ଖବର: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୫୮ ପ୍ରତିଶତ ଛୁଇଁଲା

ନୂଆଦିଲ୍ଲୀ, ୨୭।୬: କରୋନା ମହାମାରୀ ସଂକ୍ରମଣ ଭାରତରେ ଥମିବାର ନା ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୫୫୨ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୩୮୪ ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ୯୫୩ରେ ପହଞ୍ଚିଛି। ମୋଟ ମୃତକଙ୍କ ସଂଖ୍ୟା ୧୫ ହଜାର ୬୮୫ ଛୁଇଁଛି। ତେବେ ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ନେଇ ଦିଲ୍ଲୀରୁ ଖୁସି ଖବର ଆସିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଳକ୍ଷ ୯୫ ହଜାର ୮୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୫୮ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ଲକ୍ଷେ ୯୭ ହଜାର ୩୮୭ ଜଣ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share