ଖୁସି ଖବର: ମାସ୍କ୍‌ ପିନ୍ଧିବାକୁ ମନା କଲେ ସରକାର…

ଜେରୁଜେଲମ୍‌,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ସୁରକ୍ଷା ଦୃଷ୍ଟିରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି । ମାସ୍କ୍‌ ପିନ୍ଧିବା, ନିୟମିତ ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଆଦି ଏଥିରେ ଉଲ୍ଲେଖ କରାଯାଇଛି। ତେବେ ଇସ୍ରାଏଲ ସରକାର ଲୋକଙ୍କ ପାଇଁ ଖୁସି ଖବର ଘୋଷଣା କରିଛନ୍ତି। ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ଯେ, ଏଣିକି ଦେଶରେ କେହି ମାସ୍କ୍‌ ପିନ୍ଧିବେ ନାହିଁ। ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ସରକାର କହିଛନ୍ତି। ଇତିମଧ୍ୟରେ ଦେଶର ୮୧ ପ୍ରତିଶତ ଲୋକ କରୋନା ଟିକା ନେଇ ସାରିଛନ୍ତି। ସରକାର ଦେଶକୁ କରୋନାମୁକ୍ତ ଘୋଷଣା ମଧ୍ୟ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପରେ ବହୁ ଲୋକ ମୁହଁରୁ ମାସ୍କ୍‌ କାଢ଼ି ପିଙ୍ଗୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରୁଛନ୍ତି। ଏଭଳି ଏକ ୩୦ ସେକେଣ୍ଡର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share