ନୂଆବର୍ଷରେ ଖୁସି ଖବର : ୨୦୨୪ ବର୍ଷରେ ସୁନା ପାଲଟିବ ନିବେଶର ଉପଯୁକ୍ତ ବିକଳ୍ପ…

ନୂୂଆଦିଲ୍ଲୀ,୩୧।୧୨ : ନୂଆବର୍ଷରେ ନିବେଶକଙ୍କ ପାଇଁ ଖୁସି ଖବର ଆସିଛି। ରିପୋର୍ଟ ଅନୁସାରେ ସୁନାରେ ନିବେଶ ପାଇଁ ନୂତନ ବର୍ଷ ୨୦୨୪ ଆଶା ଜନକ ରହିବ ବୋଲି କୁହାଯାଉଛି। ପ୍ରକାଶିତ ରିପୋର୍ଟ ନେଇ ନିବେଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ୨୦୨୪ ବର୍ଷରେ ସୁନା ନିବେଶର ଉପଯୁକ୍ତ ବିକଳ୍ପ ପାଲଟିବ ବୋଲି ଦର୍ଶାଯାଇଛି। ୨୦୨୪ ବର୍ଷରେ ସୁନା ୧୦ ଗ୍ରାମ ପ୍ରତି ୭୦ ହଜାରରୁ ୭୪ ହଜାର ଟଙ୍କା ସ୍ତରରେ ପହଞ୍ଚିବାର ଆଣା ଥିବା ଆକଳନ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଟଙ୍କାର ସ୍ଥିରତା, ଭୌଗୋଳିକ ଅନିଶ୍ଚିତତା ଏବଂ ଧିରେ ଧିରେ ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ଯୋଗୁ ସୁନା ସୁନାରେ ନିବେଶ ୨୦୨୪ ବର୍ଷରେ ମଧ୍ୟ ଜାରି ରହିବ। ବର୍ତ୍ତମାନ,୧୦ ଗ୍ରାମ ପ୍ରତି ସୁନା ୬୩,୦୬୦ ଟଙ୍କା ସ୍ତରରେ ଅଛି ।
ଅନ୍ତର୍ଜାତୀୟ ବଜାରରେ ଏହା ଆଉନ୍ସ ପ୍ରତି ୨,୦୫୮ ଆମେରିକୀୟ ଡଲାର ରହିଛି। ବର୍ତ୍ତମାନ ଟଙ୍କା ଡଲାର ପିଛା ୮୩ ଦର ଅତିକ୍ରମ କରିଛି।
ଡିସେମ୍ବର ଆରମ୍ଭରେ, ବିଶ୍ୱରେ ଲାଗି ରହିଥିବା ସଙ୍କଟ ଯୋଗୁଁ ପଶ୍ଚିମ ଏସିଆରେ ସୁନା ଦର ପୁଣି ଥରେ ବୃଦ୍ଧି ପାଇଥିଲା।

୨୦୨୪ରେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୨,୪୦୦ ଡଲାରରେ ପହଞ୍ଚିବ। ନିର୍ବାଚନ ବର୍ଷରେ ଟଙ୍କା ଦୁର୍ବଳ ହୋଇପାରେ ବୋଲି ସେ କହିଛନ୍ତି। ଏହା ଘରୋଇ ସ୍ତରରେ ସୁନା ଦର ବୃଦ୍ଧି କରିବ। କୋଟାକ ସିକ୍ୟୁରିଟିଜର ଖଣିଜ ଅନୁସନ୍ଧାନର ମୁଖ୍ୟ ଉପସଭାପତି ରବିନ୍ଦ୍ର ରାଓ କହିଛନ୍ତି ଖୁଚୁରା ଅଳଙ୍କାର କିଣିବା ଭାରତ ଏବଂ ଚାଇନାରେ ଘରୋଇ କ୍ଷେତ୍ରରେ ପ୍ରତିକୂଳ ସ୍ଥିତି ସୃଷ୍ଟି ହୋଇପାରେ। ବର୍ତ୍ତମାନର ସ୍ଥିତି ଜାରି ରହିଲେ, କେନ୍ଦ୍ରୀୟ ବ୍ୟାଙ୍କଗୁଡିକର ଚାହିଦା ଗତ ବର୍ଷର ରେକର୍ଡରୁ ଅଧିକ ହେବାର ଆଶା ରହିଛି।

ସୁନାରେ ବିନିଯୋଗର ମୂଲ୍ୟ କିଛି ଅଧିକ ରହିବ। ତେଣୁ ଏହା ନିବେଶର ଏକ ଉପଯୁକ୍ତ ବିକଳ୍ପ ହୋଇ ପାରିବ।

Share