କରୋନା ମହାମାରୀ ଚିକିତ୍ସା ସମ୍ପର୍କରେ ମିଳିବ ଖୁସି ଖବର…

ଓ୍ବାଶିଂଟନ, ୨୮।୭: ପୃଥିବୀରେ କରୋନା ମହାମାରୀ ନେଇ ଆତଙ୍କ ଦେଖାଦେଇଛି। କରୋନା ସଂକ୍ରମଣ ଚିକିତ୍ସା ନେଇ ଆସନ୍ତା ୨ ସପ୍ତାହ ମଧ୍ୟରେ ଖୁସି ଖବର ମିଳିବ ବୋଲି ଆମେରିକା କହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏନେଇ ସୂଚନା ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି ଟ୍ରମ୍ପ୍‌ ଏଭଳି କରିଛନ୍ତି। ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ମଡର୍ନା ପକ୍ଷରୁ କରୋନା ପ୍ରତିଷେଧକ ଟୀକାର ତୃତୀୟ ପ୍ରର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯାଇଛି। ଏହାର ଫଳାଫଳ ଖୁବ୍‌ ଶୀଘ୍ର ମିଳିବ ବୋଲି ଟ୍ରମ୍ପ୍‌ କହିଛନ୍ତି। ପୂର୍ବର ଦୁଇ ପରୀକ୍ଷଣ ସଫଳ ରହିଥିବା ଆଗାମୀ ଦିନରେ ଭଲ ଖବର ମିଳିବାର ଯଥେଷ୍ଟ ସମ୍ଭାବନା ରହିଥିବା ସେ କହିଛନ୍ତି। ଏନ୍‌ଆଇଏଚ୍‌ର ଯୋଜନା ଅନ୍ତର୍ଗତ ୩୦ ହଜାର ଆକ୍ରାନ୍ତଙ୍କଠାରେ ଏହି ଟୀକାର ପ୍ରୟୋଗ କରାଯିବ।

Share