Categories: ଜାତୀୟ

ଖୁସି ଖବର: ସ୍କୁଲ ପିଲାଙ୍କୁ ଏବେ ମିଳିବ ବ୍ରେକ୍‌ଫାଷ୍ଟ୍‌

ନୂଆଦିଲ୍ଲୀ, ୩।୮: ସରକାରୀ ସ୍କୁଲର ଛୋଟ ପିଲାଙ୍କ ଖୁସି ଖବର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ନୂଆ ଶିକ୍ଷା ନୀତିରେ ସ୍କୁଲ ପିଲାଙ୍କ ପାଇଁ ବ୍ରେକ୍‌ଫାଷ୍ଟ୍‌ର ସୁବିଧା ରହିଛି। ସରକାରୀ ସ୍କୁଲରେ ଛୋଟ ପିଲାଙ୍କୁ ଏବେ ମଧ୍ୟାହ୍ନ ଭୋଜନ ସହିତ ସକାଳର ବ୍ରେକ୍‌ଫାଷ୍ଟ ମଧ୍ୟ ଯୋଗାଇ ଦିଆଯିବ। ସ୍ବାସ୍ଥ୍ୟ ବର୍ଦ୍ଧକ ଏବଂ ମାନସିକ ବିକାଶ କରୁଥିବା ଖାଦ୍ୟକୁ ଏଥିରେ ସାମିଲ୍‌ କରାଯିବ ବୋଲି କୁହାଯାଉଛି। ସମସ୍ତଙ୍କର ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ୍‌ ମଧ୍ୟ କରାଯିବ। ଏହା ସହିତ ୧୦୦ ପ୍ରତିଶତ ଟୀକାକରଣ ଯୋଜନାକୁ ଗୁରୁତ୍ୱ ଦିଆଯିବ। ସୂଚନାଯୋଗ୍ୟ, ୨୦୧୩ରୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଦ୍ୱାରା ୧୧ କୋଟି ୫୯ ଲକ୍ଷରୁ ଅଧିକ ସ୍କୁଲ ପିଲା ଉପକୃତ ହୋଇପାରୁଛନ୍ତି। ଖାଦ୍ୟ ରାନ୍ଧିବା ଲାଗି ଏହି ଯୋଜନାରେ ୨୬ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି।

Share