Categories: ଖେଳ

ଥମିଲା ବର୍ଷା, ୩୦-୩୪ ଓଭର ଖେଳାଯାଇପାରେ

ଜୋହାନ୍ସବର୍ଗ,୬।୧: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନର ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା କାରଣରୁ ଚତୁର୍ଥ ଦିନର ପ୍ରଥମ ଦୁଇ ସେସନ ଖେଳ ସମ୍ଭବ ହୋଇପାରି ନାହିଁ। ବର୍ତ୍ତମାନ ବର୍ଷା ଥମିଥିବାରୁ ଗ୍ରାଉଣ୍ଡରେ ସୁପର ସପର ବ୍ୟବହାର କରାଯାଉଛି। ମ୍ୟାଚ୍‌ ଅଫିସିଆଲ ଗ୍ରାଉଣ୍ଡ ଇନସ୍ପେକଶନ କରିବା ପରେ ଗୁରୁବାର ୧୩୫ ମିନିଟ୍‌ ଖେଳ ସମ୍ଭବ ହୋଇପାରେ ବୋଲି ସୂଚନା ଦେଇଛନ୍ତି। ସନ୍ଧ୍ୟା ୭ଟା ୧୫ରେ ଖେଳ ଆରମ୍ଭ ହେବ। ପ୍ରାୟ ୩୦ରୁ ୩୪ ଓଭର ଖେଳାଯାଇପାରେ ବୋଲି ଆଶା କରାଯାଉଛି। ଯଦି ବର୍ଷା ଅନୁମତି ଦିଏ, ତେବେ ରାତି ୯ଟା ୩୦ରୁ ୧୦ଟା ଯାଏଁ ଖେଳ ହେବ।

ବର୍ତ୍ତମାନ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୧୨୨ ରନ୍‌ ଦରକାର ଥିବା ବେଳେ ଭାରତୀୟ ଦଳକୁ ଦରକାର ୮ ଉଇକେଟ।

Share