ଖୁସି ଖବର: ଦେଶରେ କମୁଛି ସଂକ୍ରମଣ ହାର, ଏସବୁ ୭ ରାଜ୍ୟରେ ଏବେ ବି ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ, ୨୯।୮: ଦେଶରେ କରୋନା ସଂକ୍ରମଣ ହାର ଗତ ୧୩ ଦିନ ମଧ୍ୟରେ କମିବାରେ ଲାଗିଛି। ଅଗଷ୍ଟ ୧୪ରୁ ୨୭ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ହାର ୭.୮୭ ପ୍ରତିଶତ ରହିଛି। ଜୁଲାଇ ୧୫ରୁ ୨୮ ମଧ୍ୟରେ ସଂକ୍ରମଣ ହାର ୧୧.୨୩ ପ୍ରତିଶତ ଥିଲା। ଅଗଷ୍ଟ ୧ରୁ ୧୪ ମଧ୍ୟରେ ଏଥିରେ ହ୍ରାସ ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ସଂକ୍ରମଣ ହାର ୮.୮୪ ପ୍ରତିଶତରେ ପହଞ୍ଚିଥିଲା। ପ୍ରତି ୧୦୦ ଜଣେ ଲୋକଙ୍କୁ ପରୀକ୍ଷା କରାଯାଇ ଏଭଳି ଆକଳନ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ନାଟକ, ତାମିଲନାଡୁ ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଛତିଶଗଡ଼ ଆଦି ୭ ରାଜ୍ୟରେ ଏବେ ବି ସ୍ଥିତି ଅସମ୍ଭାଳ ରହିଛି। ସମଗ୍ର ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ମହାରାଷ୍ଟ୍ରର ୨୨ ପ୍ରତିଶତ ଲୋକ ରହିଛନ୍ତି। ଏଠାରେ ୧୪ରୁ ୨୭ ଅଗଷ୍ଟ ମଧ୍ୟରେ ସଂକ୍ରମଣ ହାର ୨୦ ପ୍ରତିଶତ ରହିଛି। ଅଗଷ୍ଟ ୧ରୁ ୧୪ ମଧ୍ୟରେ ଏଠାରେ ସଂକ୍ରମଣ ହାର କମି ୧୬.୫ ପ୍ରତିଶତ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୁଣି ବଢ଼ିଥିଲା। ସେହିପରି ଦିଲ୍ଲୀରେ ସଂକ୍ରମଣ ହାର ପୁଣି ବଢୁଥିବାରୁ ଏହାକୁ ରେଡ୍‌ ଜୋନ୍‌ ଘୋଷଣା କରାଯିବାର ଆଶଙ୍କା ଦେଖାଦେଇଛି। ଅପରପକ୍ଷରେ ଛତିଶଗଡ଼ ନୂଆ କରୋନା ହଟସ୍ପଟ୍‌ ହେବାକୁ ଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ତେଜିଲା ବିବାଦ, ପଶୁଚର୍ବି ପରେ ଏବେ ତିରୁପତିଙ୍କ ପ୍ରସାଦରୁ ମିଳିଲା ତମାଖୁ!

ଅମରାବତୀ,୨୪।୯: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁଚର୍ବିର ବ୍ୟବହାରକୁ ନେଇ ବିବାଦ ମଧ୍ୟରେ ଆଉ ଜଣେ ଭକ୍ତ ଏକ ବଡ଼...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ସିଦ୍ଦରମୈୟା: ହାଇକୋର୍ଟରୁ ଝଟ୍‌କା ମିଳିବା ପରେ ଜାଣନ୍ତୁ କ’ଣ ରହିଛି ଅପ୍ସନ୍‌

ବେଙ୍ଗାଲୁରୁ,୨୪।୯: ଜମି ଦୁର୍ନୀତି ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ମଙ୍ଗଳବାର ବଡ଼ ଝଟ୍‌କା। ଏହି ମାମଲା ଉପରେ କରିଥିବା ଆବେଦନ କର୍ନାଟକ ହାକୋର୍ଟର ଖାରଜ ହୋଇଯାଇଛି।...

ତିରୁପତି ଲଡୁ ବିବାଦ: ମନ୍ଦିରରେ ଝାଡୁ ଲଗାଇ ପ୍ରାୟଶ୍ଚିତ କରୁଛନ୍ତି ପଓ୍ବନ କଲ୍ୟାଣ, ଦେଖନ୍ତୁ ଭିଡିଓ

ବିଜୟଓ୍ବାଡା,୨୪।୯: ତିରୁପତିସ୍ଥିତ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିରକୁ ପଶୁ ଚର୍ବିରେ ମିଶ୍ରିତ ଘିଅ ଯୋଗାଣ ପ୍ରସଙ୍ଗରେ ଅନେକ ରାଜନୈତିକ ବୟାନବାଜି ଚାଲିଛି। ଏହି ସମୟରେ ଆନ୍ଧ୍ରପ୍ରଦେଶର ଉପ...

ଆମେ ୩ ଜଣ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲୁ, ଏବେ ନିଷ୍ପତ୍ତି କମାଣ୍ଡଙ୍କର

ନୂଆଦିଲ୍ଲୀ,୨୪।୯: ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି। ସେପଟେ କଂଗ୍ରେସ ନେତା ରଣଦୀପ...

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତଙ୍କ ମୃତ୍ୟୁ, ଜମ୍ମୁ ହସ୍ପିଟାଲରେ…

ନୂଆଦିଲ୍ଲୀ,୨୪।୯: ୨୦୧୯ରେ ପୁଲୱାମା, ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କର ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କୁ...

ସିଦ୍ଧରମୈୟାଙ୍କୁ ଲାଗିଲା ବଡ ଝଟ୍‌କା

ବେଙ୍ଗାଲୁରୁ,୨୪।୯: ମୈସୁର ନଗର ଉନ୍ନୟନ ପ୍ରାଧିକରଣ ମାମଲାରେ କର୍ନାଟକ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଆଶ୍ୱସ୍ତି ପ୍ରଦାନ କରିନାହାଁନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ...

ରାହୁଲ ଗାନ୍ଧୀଙ୍କ ଏକ୍ସ ପୋଷ୍ଟକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୨୪।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାର ଯୁବକମାନଙ୍କ ବେକାରୀ ସମସ୍ୟାକୁ ନେଇ ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି। ପ୍ରଶ୍ନ ଉଠାଇଛନ୍ତି, ହରିୟାଣାର ଯୁବକମାନେ କାହିଁକି...

ସିଏମ ମ୍ୟାଡାମ ‘ରାମାୟଣ’କୁ ନେଇ ଚାଲିବ ନାହିଁ ସରକାର, କାହିଁକି ଆତିଶୀଙ୍କୁ ଏମିତି କହିଲେ…

ନୂଆଦିଲ୍ଲୀ,୨୪।୯: ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଆତିଶୀ ସୋମବାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ଥର ପାଇଁ ଦିଲ୍ଲୀର ସିଂହାସନରେ ବସିଛନ୍ତି। ସେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri