ଖୁସି ଖବର, ଜୁଲାଇରେ ସିଙ୍ଗଲ୍‌ ଡୋଜ୍‌ ଭାକ୍ସିନ୍‌ …

ନୂଆଦିଲ୍ଲୀ,୨୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସର୍ବାଜନୀକ ଟିକାକରଣ ଅନ୍ତର୍ଗତ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ୍‌ର ୨ ଡୋଜ୍‌ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପ୍ରଦାନ କରାଯାଉଛି। ସେହିପରି ରୁଷିଆ ଭାକ୍ସିନ୍‌ ସ୍ପୁଟନିକ୍‌-ଭି ଡୋଜ୍‌ ମଧ୍ୟ ପ୍ରଦାନ କରାଯାଉଛି। ତେବେ ଜୁଲାଇରେ ଆମେରିକା କମ୍ପାନୀ ଜନସନ୍‌ ଆଣ୍ଡ୍‌ ଜନସନ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭାକ୍ସିନ୍‌ ଭାରତକୁ ଆସିବ। ଏହା ଏକ ସିଙ୍ଗଲ୍‌ ଡୋଜ୍‌ ଭାକ୍ସିନ୍‌। ଭାରତରେ ଏହାର ଦାମ୍‌ ୧୮,୦୦ ଟଙ୍କା ହେବ। ଦେଶର ପରିବେଶ ଉପଯୋଗୀ ଏହି ଭାକ୍ସିନ୍‌କୁ ନିମ୍ନ ତାପମାତ୍ରାରେ ରେଫ୍ରିଜେଶନ କରିବାର ଆବଶ୍ୟକତା ମଧ୍ୟ ନାହିଁ। ଜନସନ୍‌ ଆଣ୍ଡ୍‌ ଜନସନ୍‌ ପକ୍ଷରୁ ଭାରତରେ ପରୀକ୍ଷା ଲାଗି ଏପ୍ରିଲ୍‌ରେ ଅନୁମତି ଲୋଡ଼ିଥିଲା। ତେବେ ଡିସିଜିଆଇ ନୂଆ ନିୟମ ଅନୁସାରେ ଆମେରିକା ଡ୍ରଗ୍ସ୍‌ ନିୟନ୍ତ୍ରକଙ୍କ ମଞ୍ଜୁରୀ ଆଧାରରେ ଭାରତରେ ଆଉ ଏହି ଭାକ୍ସିନ୍‌ର ଟ୍ରାଏଲ୍‌ କରିବା ଅନାବଶ୍ୟକ। ସାଧାରଣ ଏବଂ ମଧ୍ୟମ ସଂକ୍ରମଣ କ୍ଷେତ୍ରରେ ଏହି ଭାକ୍ସିନ୍‌ ୬୬.୩ ପ୍ରତିଶତ ପ୍ରଭାବଶାଳୀ ହୋଇଥିବାବେଳେ ଗୁରୁତର ଏବଂ ଅତ୍ୟଧିକ ଗୁରୁତର ଆକ୍ରାନ୍ତଙ୍କ କ୍ଷେତ୍ରରେ ୭୬.୩ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହେବ। ଏହି ଭାକ୍ସିନ୍‌ ନେବାର ୨୮ ଦିନ ପରେ ସଂକ୍ରମଣ ହେଲେ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ପଡ଼ି ନ ଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share