Categories: ଖେଳ

ଭାରତର ଭଲ ଆରମ୍ଭ: ବର୍ଷା ଯୋଗୁ ଅଟକିଲା ଖେଳ

ଇନ୍ଦୋର,୨୪।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ଦିନିକିଆ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରୁ୍‌ଥିବାବେଳେ ବର୍ଷା ଯୋଗୁ ମ୍ୟାଚ୍‌ ବନ୍ଦ ରହିଛି। ଗତ ମ୍ୟାଚ୍‌ରେ ହିରୋ ଋତୁରାଜ ଗାଏକ୍ୱାଡ୍‌ ମାତ୍ର ୮ ରନ୍‌ କରି ଆଉଟ୍‌ ହୋଇଥିଲେ।
ଖେଳ ରୋକାହିବା ବେଳକୁ ଭାରତ ୯.୫ ଓଭରରେ ଭାରତର ସ୍କୋର ୭୯/୧ ରହିଛି। ଶୁଭମାନ ଗିଲ ୩୨ ଏବଂ ଶ୍ରେୟାସ ଆୟର ୩୪ କରି କ୍ରିଜରେ ଅଛନ୍ତି। ଫ୍ଲାଟ ପିଚ ଏବଂ ଇନ୍ଦୋରର ଛୋଟ ଗ୍ରାଉଣ୍ଡରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଭଲ ଫର୍ମରେ ଅଛନ୍ତି ଏବଂ ଟିମ ଇଣ୍ଡିଆ ଏହି ଗ୍ରାଉଣ୍ଡରେ ଏକ ବଡ଼ ସ୍କୋର ଆଡକୁ ଗତି କରୁଛି। ଜୋଶ ହେଜଲଉଡ ଅଷ୍ଟ୍ରେଲିଆ ପାଇଁ ଏକମାତ୍ର ଉଇକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। କେ.ଏଲ ରାହୁଲଙ୍କ ଅଧିନାୟକତ୍ୱରେ ଖେଳୁଥିବା ଦଳ ପ୍ରଥମ ଦିନିକିଆକୁ ୫ ଉକେଟ ଜିତି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଥିଲା। ଏଭଳି ପରିସ୍ଥିତିରେ ଇନ୍ଦୋରରେ ମଧ୍ୟ ସିରିଜ ଜିତିବା ତାଙ୍କର ଲକ୍ଷ୍ୟ।

Share