Categories: ଫୁରସତ

କେକ୍‌ରେ ‘ଗୁଡ୍‌ବାଏ ଫରଏଭର’ ମେସେଜ

ନୂଆଦିଲ୍ଲୀ: ସାଧାରଣତଃ ଆମେ କେକ୍‌ ମାଧ୍ୟମରେ ଜନ୍ମଦିନ, ବିବାହ ବାର୍ଷିକୀ ଏବଂ ଅନେକ ଶୁଭେଚ୍ଛା ବାର୍ତ୍ତା ଦେଇଥାଉ। ହେଲେ ଏଠାରେ ଏକ କେକ୍‌ର ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କି ଶୁଭେଚ୍ଛା ବାର୍ତ୍ତା ବଦଳରେ ଲେଖାହୋଇଛି, ‘ୟୁ ଆର୍‌ ଡେଡ୍‌ ଟୁ ଅସ୍‌, ଗୁଡ୍‌ବାଏ ଫରଏଭର୍‌’। ତେବେ ଏହି କେକ୍‌ଟିରେ ଏପରି କାହିଁକି ଲେଖାହୋଇଥିବା ପ୍ରଶ୍ନ ଉଠୁଛି। ରିପୋର୍ଟ ଅନୁସାରେ, ବେକେରି ମାଲିକ ଏହି କେକ୍‌ର ଭିଡିଓ ଶେୟାର କରି କହିଛନ୍ତି, କେକ୍‌ଟି କମ୍ପାନୀ ଛାଡ଼ି ଯାଉଥିବା ଜଣେ କର୍ମଚାରୀଙ୍କ ପାଇଁ ଅର୍ଡର ହୋଇଥିବା କହିଛନ୍ତି। ବହୁ ସମୟରେ କମ୍ପାନୀଗୁଡ଼ିକରେ କାର୍ଯ୍ୟ କରିବା ସମୟରେ ସେଠାରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ ସହିତ ବହୁତ ଭଲ ସମ୍ପର୍କ ଯୋଡ଼ି ହୋଇଯାଇଥାଏ। ଯଦି କେହି ସେହି କମ୍ପାନୀ ଛାଡ଼ିଯିବାକୁ ଚାହାନ୍ତି, ତେବେ ଅନ୍ୟ କର୍ମଚାରୀମାନେ ତାକୁ ପସନ୍ଦ କରି ନ ଥାନ୍ତି। ଏହି କମ୍ପାନୀରେ ମଧ୍ୟ ସେପରି କିଛି ହୋଇଛି। ଯେଉଁଥିପାଇଁ ଏପରି କେକ୍‌ର ଅର୍ଡର ହୋଇଛି। ତେବେ ଏହି ଭିଡିଓଟି କେଉଁଠାର ତାହା ଜଣାପଡିନାହିଁ।

Share