ରିଲିଜ ହେଲା ‘ଗୁଡବାଏ’ର ଟ୍ରେଲର୍‌; କମେଡି ଆଳରେ ସମ୍ପର୍କର ଗୁରୁତ୍ୱ ବୁଝାଉଛି ଫିଲ୍ମ

ବମ୍ବେ: ରିଲିଜ ହୋଇଛି ମହାନାୟକ ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତା ଅଭିନୀତ ଫିଲ୍ମ ‘ଗୁଡବାଏ’ର ଟ୍ରେଲର। ଫିଲ୍ମରେ ପ୍ରଥମ ଥର ଲାଗି ନୀନା ଅମିତାଭଙ୍କ ସ୍ତ୍ରୀ ଭୂମିକାରେ ନଜର ଆସୁଥିବା ବେଳେ ଦକ୍ଷିଣ ଭାରତୀୟ ସିନେମାରେ ହିଟ୍‌ ଅଭିନେତ୍ରୀ ରଶିକା ମନ୍ଧାନା ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି। ଏହି କଳାକାରଙ୍କ ବ୍ୟତିତ ଅଭିଷେକ ଖାଁ, ସାହିଲ ମେହେଟ୍ଟା,ପାୟଲ ଥାପ୍ପା, ଏଲି ଅବରାମ, ସୁନୀଲ ଗ୍ରୋଭରଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ମଙ୍ଗଳବାର ରିଲିଜ କରାଯାଇଥିବା ତିନି ମିନିଟ୍‌ର ଟ୍ରେଲର୍‌ରେ ଫିଲ୍ମର କାହାଣୀର ସାମାନ୍ୟ ଝଲକ ରହିଛି। ଦର୍ଶକଙ୍କୁ ଏହା ପ୍ରଥମେ ହସାଇ ପରେ କନ୍ଦାଇଛି। କମେଡି ଆଳରେ ଫିଲ୍ମ ଆଜିର ସମାଜକୁ ସମ୍ପର୍କର ମୂଲ୍ୟ ବୁଝାଉଛି। କାରଣ ଆଜିକାଲି ସମୟର ପରିବାରର କାହାଣୀ ଏହାର ବିଷୟବସ୍ତୁ ରହିଛି।

ଫିଲ୍ମର କାହାଣୀ ଏକ ଏଭଳି ପରିବାରର, ଯାହାର ମୁଖ୍ୟ ହେଉଛନ୍ତି ଅମିତାଭଙ୍କ ସ୍ତ୍ରୀ(ନୀନା)। ତାଙ୍କର ମୃତ୍ୟୁ ହୋଇଯାଉଛି। ହେଲେ ପିଲାମାନେ ବାହାରେ ରହୁଥିବାରୁ ଅନେକ କିଛି ଘଟୁଛି। ପ୍ରଥମେ ପିଲାମାନେ ନ ଆସିବା ଲାଗି ବାହାନା କରୁଥିବା ବେଳେ ପରେ ଘରକୁ ଆସି ପ୍ରତିଟି କାର୍ଯ୍ୟରେ କ୍ଷୁଣ ବାହାର କରୁଛନ୍ତି। ଧିରେ ଧିରେ ଫିଲ୍ମଟି ଛୋଟ ଛୋଟ ଜିନିଷର ଗୁରୁତ୍ୱ ଜଣାଉଛି। ପରେ ସମ୍ପର୍କ କେତେ ଜରୁରୀ ତାହା ଶିଖାଉଛି।

ଦେଖନ୍ତୁ ଟ୍ରେଲର:

Share