ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

କର୍ଲାମୁଣ୍ଡା,୩୦ା୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ସମ୍ମୁଖରେ ଥିବା ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀଗୁଡ଼ିକ ଶନିବାର ରାତିରେ ଦୁର୍ବୃତ୍ତମାନେ ଚୋରି କରିଥିବା କର୍ଲାମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ତେବେ ଦୁର୍ବୃତ୍ତମାନେ ଗ୍ରାହକ ସେବାକେନ୍ଦ୍ରର ତାଲା ଭାଙ୍ଗି କୋଠରି ଭିତରେ ଥିବା ୩ଟି ଜେରକ୍ସ ମେଶିନ,ଗୋଟିଏ ସିପିୟୁ ଓ ନଗଦ ୨୦ ହଜାର ଟଙ୍କା ନେଇଯାଇଥିବା ଗ୍ରାହକ ସେବାକେନ୍ଦ୍ରର କର୍ମଚାରୀ ମଚିନ୍ଦ୍ର ସାହୁ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗ୍ରାହକ ସେବାକେନ୍ଦ୍ର ପାଖରେ ଥିବା ଏସବିଆଇ ଏଟିଏମ୍‌ କାଉଣ୍ଟରର ମଧ୍ୟ ସଟର ଭାଙ୍ଗି ଚୋରି କରିବାକୁ ଉଦ୍ୟମ କରିଥିଲେ ହେଁ ଦୁର୍ବୃତ୍ତମାନେ ସଫଳ ହୋଇ ପାରି ନ ଥିବା ଜଣାପଡ଼ିଛି। ଖବର ଲେଖା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନ ଥିବା ଜଣାପଡ଼ିଛି।

Share