ଲଙ୍ଗଳେଶ୍ୱର/ରୂପ୍ସା,୧୯।୧୨ (ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଦନେଇପୁର ଗ୍ରାମରେ ଥିବା ଏକ ଗ୍ରୋସେରି ଦୋକାନରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଲୁଟେରାମାନେ ଦୋକାନର କବାଟ ଭାଙ୍ଗି ଫ୍ରିଜ୍, ଇନଭର୍ଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଇଥିବା ଦୋକାନ ମାଲିକ ପ୍ରଦୀପ ରାଜ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ସବୁଦିନ ଭଳି ରବିବାର ରାତିରେ ପ୍ରଦୀପ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସୋମବାର ସକାଳେ ଦୋକାନରୁ ଚୋରି ହୋଇଥିବା ଜଣାପଡ଼ିଥିଲା। ସିଂଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।