ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ବଡ଼ବଜାର ଥାନା ଅନ୍ତର୍ଗତ ବଡ଼ବଜାର ଛକରେ ଥିବା ଦେବ ଦର୍ଶନ ପୂଜା ଭଣ୍ଡାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୂଜା ସାମଗ୍ରୀ ପୋଡ଼ି ଜଳିଯାଇଛି। ଖବର ପାଇ ବ୍ରହ୍ମପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଉକ୍ତ ଗୋଦାମ ଭିତରେ ନିଆଁକୁ ଆୟତ୍ତ ପାଇଁ ଯାଇଥିବା ଜଣେ ଅଧିକାରୀ ପ୍ରଦୀପ କୁମାର ପଟ୍ଟନାୟକ ସେଠାରେ ଅମ୍ଳଜାନ ଅଭାବରୁ ଅଚେତ ହୋଇପଡ଼ିଥିଲେ। ପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଯାଇଛି। ଅନ୍ୟପଟେ ଗୋଦାମ ମାଲିକ କୃଷ୍ଣ ସେନାପତି ଓ ତାଙ୍କ ପୁଅ ସେଠାରେ ପହଞ୍ଚିଥିଲେ। ବଡ଼ବଜାର ଛକରେ ସେମାନେ ଏକ ୪ମହଲା ଘରେ ଏହି ପୂଜା ଭଣ୍ଡାର ଗୋଦାମ କରିଛନ୍ତି। ଆଗକୁ ପାର୍ବଣ ଋତୁ ଥିବା ବେଳେ ଉକ୍ତ ଗୋଦାମରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମସ୍ତ ପ୍ରକାର ପୂଜା ସାମଗ୍ରୀ ମହଜୁଦ ଥିଲା ବଳି ସେ କହିଛନ୍ତି। ଶଟ୍ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।