Categories: ଜାତୀୟ

ଗୁଗଲ ବିଜ୍ଞାପନ ମାଧ୍ୟମରେ ପ୍ରଚାରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଦଳ, ଜାଣନ୍ତୁ କେଉଁ ଦଳ କେତେ ଖର୍ଚ୍ଚ କରିଛି

ନୂଆଦିଲ୍ଲୀ,୧୫।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ପଞ୍ଚମ ପର୍ଯ୍ୟାୟରେ ପ୍ରବେଶ କରିଛି। ଶାସକ ଦଳ ଭାଜପା ଠାରୁ ଆରମ୍ଭ କରି ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ପର୍ଯ୍ୟନ୍ତ ସମସ୍ତେ ନିର୍ବାଚନରେ ଜିତିବାକୁ ଚେଷ୍ଟା କରିଛନ୍ତି। ଏହି ନିର୍ବାଚନରେ ରାଜନୈତିକ ଦଳମାନେ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି।

ଭାରତୀୟ ରାଜନୈତିକ ଦଳ ମଧ୍ୟରେ ଶାସକ ଭାଜପା ସେହି ଦଳ ହୋଇପାରିଛି ଯାହା ଗୁଗଲ ବିଜ୍ଞାପନ ମାଧ୍ୟମରେ ପ୍ରଚାର କରିବାରେ ଅଧିକ ଖର୍ଚ୍ଚ କରିଛି। ସେ ବିଜ୍ଞାପନରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ଏହା ପରେ କଂଗ୍ରେସ। ସେ ବିଜ୍ଞାପନରେ ୬୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ଏହା ବ୍ୟତୀତ ଅନେକ ଦଳ ଅଛନ୍ତି ଯେଉଁମାନେ ରାଜନୈତିକ ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ପରିସଂଖ୍ୟାନ ଅନୁଯାୟୀ, ମେ ୩୧ ୨୦୧୮ ରୁ ୧୨ ମେ’ ୨୦୨୪ ପର୍ଯ୍ୟନ୍ତ ରାଜନୈତିକ ଦଳ ଗୁଗଲ ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବିଜ୍ଞାପନ ପାଇଁ ଭାଜପା ୧୩୫ କୋଟି, କଂଗ୍ରେସ ୬୨.୧ କୋଟି, ଡିଏମକେ ୨୯.୫କୋଟି, ଓ୍ବାଇଏସଆରସିପି ୧୫ କୋଟି ଏବଂ ବିଆରଏସ୍‌ ୧୨.୧ କୋଟି ଟଙ୍କା ଖର୍ଚ୍ଚ କରିଛି।

Share