ଖାସ୍‌ ଢଙ୍ଗରେ ‘ଯବାନ’ର ସଫଳତାକୁ ସେଲିବ୍ରେଟ୍‌ କରୁଛି ଗୁଗୁଲ୍‌, ପ୍ରଶଂସକଙ୍କୁ ଦେଲା ବଡ଼ ସରପ୍ରାଇଜ୍‌

ବମ୍ବେ: ରିଲିଜର ଦୁଇଦିନ ବି ହୋଇନାହିଁ। ହେଲେ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ବଲିଉଡ ବାଦଶାହା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଯବାନ’। ସିନେମାଘରଗୁଡ଼ିକ ହାଉସ୍‌ଫୁଲ ହେଉଥିବା ଦେଖାଯାଉଛି। ଏସବୁ ମଧ୍ୟରେ ସିନେମାର ସଫଳତାକୁ ଖାସ ଢ଼ଙ୍ଗରେ ସେଲିବ୍ରେଟ୍‌ କରୁଛି ଗୁଗୁଲ୍‌।

ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇଛି ଗୁଗୁଲ୍‌। ଏଠାରେ ‘ଯବାନ’ ସର୍ଚ୍ଚ କରିବା ମାତ୍ରେ ସ୍କ୍ରିନ୍‌ରେ ଏକ ଓ୍ବାକି-ଟକି ନଜର ଆସୁଛି। ପୁନର୍ବାର ସେଥିରେ କ୍ଲିକ୍‌ କଲେ ଶାହାରୁଖଙ୍କ ଫିଲ୍ମର ଲୋକପ୍ରିୟ ଶବ୍ଦ ‘ରେଡି’ ଶୁଣାଯାଇଛି। କେବଳ ଏତିକି ନୁହେଁ ସ୍କ୍ରିନ୍‌ରେ ପଟ୍ଟି ନଜର ଆସୁଛି। ଫିଲ୍ମରେ ଅଭିନେତାଙ୍କ ମୁହଁରେ ପଟ୍ଟି ବନ୍ଧା ହୋଇଥିବାରୁ ଗୁଗୁଲ୍‌ ଏଭଳି ଫିଚର୍‌ ଶେୟାର କରିଛି ।

ତେବେ କୌଣସି ଫିଲ୍ମ ଲାଗି ଗୁଗୁଲ୍‌ ଏହାର ଡୁଡୁଲରେ ପରିବର୍ତ୍ତନ କରି ନ ଥିଲା। ଏହି ଦୃଷ୍ଟିରୁ ‘ଯବାନ’ ପ୍ରଥମ।

Share