ପୁଣି କୋର୍ଟରେ ପହଞ୍ଚିଲେ ଗୁଗ୍‌ଲ ସିଇଓ

କାଲିଫର୍ନିଆ,୧୬ା୧୧: ଆଣ୍ଟିଟ୍ରଷ୍ଟ ମୋକଦ୍ଦମାରେ ସାକ୍ଷ୍ୟ ଦେବା ପାଇଁ ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇଙ୍କୁ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଫେଡେରାଲ କୋର୍ଟକୁ ଡକାଯାଇଥିଲା। ସ୍ୟାନ୍‌ ଫ୍ରାନ୍ସିସ୍କୋ କୋର୍ଟରେ ପିଚାଇ ଗୁଗ୍‌ଲ ପ୍ଲେ ଷ୍ଟୋର ଦ୍ୱାରା ଗ୍ରହଣ କରାଯାଇଥିବା ବ୍ୟବସାୟିକ ତରିକାକୁ ରକ୍ଷା କରିଥିଲେ।

ଏହାପୂର୍ବରୁ ସେ ସର୍ଚ୍ଚ ଇଞ୍ଜିନ ମାମଲାରେ ନିଜର ପକ୍ଷ ଉପସ୍ଥାପନ କରିଥିଲେ। ଏହି ସମୟରେ ଏପିକ ଗେମ୍ସ କମ୍ପାନୀ ତରଫରୁ ସେ ଖଣ୍ଡପୀଠକୁ କହିଥିଲେ ଯେ, ଗୁଗୁଲ ପ୍ଲେର ପେମେଣ୍ଟ ସିଷ୍ଟମ ଗ୍ରାହକ ଏବଂ ସଫ୍ଟଓ୍ବେୟାର ଡେଭଲପର୍ସମାନଙ୍କୁ ବେଆଇନ ଭାବେ କ୍ଷତି ପହଞ୍ଚାଉଛି। ଇନ୍‌-ଆପ କ୍ରୟରୁ ସେ ୧୫ରୁ ୩୦ପ୍ରତିଶତ କମିଶନ ଆଦାୟ କରନ୍ତି।

Share