ଭାରତକୁ ସହାୟତା ପାଇଁ ଆଗେଇ ଆସିଲା ଗୁଗ୍‌ଲ, ମାଇକ୍ରୋସଫ୍ଟ

ଓ୍ବାଶିଂଟନ୍‌,୨୬।୪: ସମଗ୍ର ଦେଶରେ ଦ୍ରୁତ ଗତିରେ କରୋନା ବ୍ୟାପି ଚାଲିଛି। ଏହି ସଙ୍କଟ ମଧ୍ୟରେ ଗୁଗଲର ସିଇଓ ସୁନ୍ଦର ପିଚାଇ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ଭାରତକୁ ୧୩୫ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି। ସୁନ୍ଦର ପିଚାଇ ଏହି ଅନୁଦାନ ପାଇଁ ୟୁନିସେଫ ଏବଂ ଗେଟ ଇଣ୍ଡିଆକୁ ୧୩୫ କୋଟି ଟଙ୍କା ରିଲିଫ ପାଣ୍ଠି ଘୋଷଣା କରିଛନ୍ତି। ଏହା ସହ ସେ କହିଛନ୍ତି ଯେ, ଗୁଗଲ ଏବଂ ତାଙ୍କ ଦଳ ଚିକିତ୍ସା ସାମଗ୍ରୀ ଯୋଗାଣ କରିବ। ଏହା ବ୍ୟତୀତ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ମଧ୍ୟ ସାହାଯ୍ୟ ହାତ ବଢାଇଛନ୍ତି। ନାଡେଲା କହିଛନ୍ତି ଯେ, କମ୍ପାନୀ ଭାରତକୁ ସହାୟତା ଦେବାକୁ ଚେଷ୍ଟା କରୁଛି। ଏହା ବ୍ୟତୀତ ଅମ୍ଳଜାନ ଉପକରଣ କିଣିବା ମଧ୍ୟ ସାହାଯ୍ୟ କରିବ।

Share