ବଡ ଘୋଷଣା:୨୦୨୧ ଜୁନ୍‌ ୩୧ ପର୍ଯ୍ୟନ୍ତ ଘରେ ରହି କାମ କରିବେ କର୍ମଚାରୀ

ନ୍ୟୁୟର୍କ,୨୮।୭: କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ହେତୁ ଗୁଗୁଲ ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ ଭାରତ ସମେତ ସାରା ବିଶ୍ୱରେ ନିଜ କର୍ମଚାରୀଙ୍କ ଘର (କାମରୁ) କାମ କରିବା ପାଇଁ ବ୍ୟବସ୍ଥା କରିଛି। ଗୁଗୁଲ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ଇଙ୍କ୍‌ରେ ଦୁଇ ଲକ୍ଷରୁ ଅଧିକ ନିୟମିତ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀ କାର୍ଯ୍ୟକ କରୁଛନ୍ତି। ସେମାନଙ୍କ ମଧ୍ୟରେ ଭାରତରେ ପ୍ରାୟ ୫୦୦୦ କର୍ମଚାରୀ ଅଛନ୍ତି। ଗୁଗୁଲ ମୁଖ୍ୟ ସୁନ୍ଦର ପିଚାଇ ସମସ୍ତ କର୍ମଚାରୀଙ୍କୁ ଇମେଲ ପଠାଇ କହିଛନ୍ତି ଯେ, କର୍ମଚାରୀମାନଙ୍କୁ ଆଗକୁ ଯୋଜନା ପ୍ରସ୍ତୁତ କରିବାର ସୁଯୋଗ ଦେଉଛୁ। କର୍ମଚାରୀମାନେ ଘରୁ କାମ କରିବାର ବିକଳ୍ପ ୨୦୨୧ ଜୁନ୍‌ ୩୦ ବର୍ଯ୍ୟନ୍ତ ବଢାଇ ଦିଆଯାଇଛି। ସେ ପର୍ଯ୍ୟନ୍ତ ଅଫିସକୁ ଆସିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଭାରତ ଗୁଗୁଲର ଏକ ପ୍ରମୁଖ ବଜାର। ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ବହୁ ସଂଖ୍ୟାରେ କାର୍ଯ୍ୟ ସମ୍ପାଦନ କରାଯାଏ। ପିଚାଇ ନିକଟରେ ଭାରତରେ ୭୫.୦୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି।

Share