Categories: ଜାତୀୟ

ଗୁଗଲ କ୍ରୋମ ଅପଡେଟ୍‌ ନ କଲେ ହୋଇପାରେ ସାଇବର ଆଟାକ୍‌

ନୂଆଦିଲ୍ଲୀ,୧୩।୧୦: ସରକାରଙ୍କ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆରଟି) ଇଣ୍ଟରନେଟର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ କ୍ରୋମକୁ ନେଇ ୟୁଜର୍ସଙ୍କୁ ସତର୍କ କରାଇଛି। ଗୁଗଲ କ୍ରୋମ ଦ୍ୱାରା ସାଇବର ଆଟାକ୍‌ ହୋଇପାରେ ବୋଲି ୟୁଜର୍ସଙ୍କୁ ସୂଚନା ଦେଇଛି ସିଇଆରଟି। ଏହାଦ୍ୱାରା ସେମାନଙ୍କ ଡାଟା ଚୋରି ହେବା ସହ ସିଷ୍ଟମ ସିକ୍ୟୁରିଟିର କ୍ଷତି ପହଞ୍ଚାଇପାରନ୍ତି ସାଇବର ହ୍ୟାର୍କ୍ସ। ୱିଣ୍ଡୋଜ ୧୧୮.୦.୫୯୯୩.୭୦/.୭୧ ଓ ମାକ ଏବଂ ଲିନକ୍ସରେ ୧୧୮.୦.୫୯୯୩.୭୦ ବ୍ୟବହାର କରୁଥିବା ୟୁଜର୍ସମାନେ ଯଦି ତାଙ୍କ ଗୁଗଲ କ୍ରୋମ ଅପଡେଟ୍‌ ନ କରନ୍ତି ତେବେ ସେମାନଙ୍କ କମ୍ପ୍ୟୁଟରରେ ସାଇବର ଆଟାକ୍‌ ହୋଇପାରେ ପୋଲି ସର୍ଟ-ଇନ ସତର୍କ କରାଇଛି।

Share