ଏପରି ସ୍ବତନ୍ତ୍ର ଡୁଡଲ୍‌ କରି ୨୦୨୧କୁ ବିଦାୟ ଦେଲା ଗୁଗଲ୍‌; ଥରେ ଛୁଇଁ କରି ଦେଖନ୍ତୁ…

ନୂଆଦିଲ୍ଲୀ,୩୧।୧୨: ଆଉ କେଇ ଘଣ୍ଟାର ଅପେକ୍ଷା। ଏବେଠାରୁ ନୂଆବର୍ଷକୁ ସ୍ବାଗତ କରିବାକୁ ସଜ ହେଲେଣି ଲୋକେ। ସେହିଭଳି ପୁରୁଣା ବର୍ଷକୁ ବିଦାୟ ଦେଉଛନ୍ତି ଅନେକେ। ଏହି କ୍ରମରେ ଗୁଗଲ୍‌ ସ୍ବତନ୍ତ୍ର ଭାବେ ଆନିମେଟେଡ୍‌ ଡୁଡଲ୍‌ କରି ୨୦୨୧କୁ ବିଦାୟ ଜଣାଇଛି।

ପ୍ରତ୍ୟେକ ଉତ୍ସବକୁ ସ୍ବତନ୍ତ୍ର କରିବା ଲାଗି ଗୁଗଲ୍‌ ଡୁଡୁଲ୍‌ କରିଥାଏ। ଏବେ ପୁରୁଣା ବର୍ଷକୁ ବିଦାୟ ଏବଂ ନୂତନ ବର୍ଷ ପାଳନ କରିବାକୁ ଗୁଗଲ୍‌ ପ୍ରସ୍ତୁତ ହୋଇଛି। ନୂଆ ବର୍ଷକୁ ପାଳନ ପାଇଁ ଏହା ଫେଷ୍ଟିଭାଲ ଡୁଡଲ୍‌ ଜାରି କରିଛି। ଏହା ଉପରେ କ୍ଲିକ୍‌ କଲେ ସ୍ପାର୍କଲ ବ୍ଲାଷ୍ଟ କରୁଛି। ଏହା ବେଶ ଆକର୍ଷଣୀୟ ଲାଗୁଛି।

Share