Categories: ଜାତୀୟ

ଗୁପ୍‌ଚୁପ୍‌କୁ ସ୍ବତନ୍ତ୍ର ଭାବେ ସେଲିବ୍ରେଟ୍‌ କରୁଛି ଗୁଗୁଲ ଡୁଡୁଲ୍‌

ନୂଆଦିଲ୍ଲୀ,୧୨।୭: ଗୁପ୍‌ଚୁପ୍‌ ନାଁ ଶୁଣିଲେ ପାଟିରୁ ଲାଳ ଗଡ଼ିଥାଏ। ଭାରତରେ ଗୁପ୍‌ଚୁପ୍‌ ପ୍ରତି ଥିବା ଭଲପାଇବା କାହିଁରେ କେତେ। ପ୍ରତିଦିନ ଅପରାହ୍ନରେ ବଜାରରେ ଗୁପ୍‌ଚୁପ୍‌ ଦୋକାନୀଙ୍କ ନିକଟରେ ଥିବା ଭିଡ ତାର ପ୍ରମାଣ କହିଲେ ଚଳେ। ବୁଧବାର ଗୁଗୁଲ ସ୍ବତନ୍ତ୍ର ଡୁଡୁଲ କରି ଏହି ଷ୍ଟ୍ରିଟ୍‌ ଫୁଡ୍‌କୁ ସେଲିବ୍ରେଟ୍‌ କରୁଥିବା ଦେଖାଯାଇଛି। ଉକ୍ତ ଡୁଡୁଲ୍‌ରେ ଏକ ଖେଳ ରହିଛି। ଏଥିରେ ଗ୍ରାହକଙ୍କ ପସନ୍ଦ ମୁତାବକ ଗୁପ୍‌ଚୁପ୍‌ ଦୋକାନୀଙ୍କ ସହାୟତା କରିବା କାର୍ଯ୍ୟ ଦିଆଯାଇଛି।

ତେବେ ୨୦୧୫ ଜୁଲାଇ ୧୨ରେ ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ଏକ ରେଷ୍ଟୁରାଣ୍ଟ ୫୧ ପ୍ରକାର ଗୁପ୍‌ଚୁପ୍‌ ଗ୍ରାହକଙ୍କୁ ପରସି ଗୋଲ୍ଡେନ୍‌ ବୁକ୍‌ ଅଫ ରେକଡର୍‌ସରେ ସ୍ଥାନ ପାଇଥିଲା। ଗୁଗୁଲ ଏବେ ଡୁଡୁଲ କରି ଏହି ଖାଇବାକୁ ଦକ୍ଷିଣ ଏସିଆ ଷ୍ଟ୍ରିଟ୍‌ ଫୁଡ୍‌ କହିଛି।

Share