Categories: ବାଣିଜ୍ୟ

ଏହି ବ୍ୟକ୍ତି ନ ଥିଲେ ବିଶ୍ୱକୁ ମିଳି ନ ଥାନ୍ତା ‘ଗୁଗୁଲ୍‌’…

ନୂଆଦିଲ୍ଲୀ,୨୭।୯: ଗୁଗୁଲ ଏକ ସର୍ଚ୍ଚ ଇଞ୍ଜିନ। ଏଥିଯୋଗୁ ସାଧାରଣ ଲୋକଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଘଟିଛି। କୌଣସି ବିଷୟରେ ଜାଣିବା ଲାଗି ହେଉ ଅଥବା କିଛି କିଣିବା, ପଢ଼ିବା ଲାଗି ତୁରନ୍ତ ଗୁଗୁଲ୍‌ କରିବାକୁ ପସନ୍ଦ କରୁଛନ୍ତି ଲୋକେ। ୧୯୯୮ରେ ଆରମ୍ଭ ହୋଇଥିବା ଏହି ଗୁଗୁଲ୍‌ ସେପ୍ଟେମ୍ବର ୨୭ ଅର୍ଥାତ ଆଜି ୨୫ ବର୍ଷର ହୋଇଛି।

ଲାରି ପେଜ ଏବଂ ସର୍ଗି ବ୍ରିନ୍‌ ଗୁଗୁଲର ପ୍ରତିଷ୍ଠାତା। ହେଲେ ଏ ଦୁହିଁଙ୍କ ବ୍ୟତିତ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏ କମ୍ପାନୀର ପ୍ରାରମ୍ଭିକ ଦିନରେ ପ୍ରମୁଖ ଭୂମିକା ତୁଲାଇଥିଲେ। ବ୍ୟକ୍ତିଜଣଙ୍କ ହେଉଛନ୍ତି ଆଣ୍ଡି ବେଚଟୋଲ୍‌ସେମ୍‌।

ବିଶ୍ୱର ସବୁଠାରୁ ଧନୀ ତାଲିକାରେ ୧୫୮ତମ ସ୍ଥାନରେ ଥିବା ଆଣ୍ଡିଙ୍କ ନେଟଓ୍ବର୍ଥ ୯୮୨୦୮ କୋଟି ଟଙ୍କା। ସେ ଗୁଗୁଲର ପ୍ରଥମ ନିବେଶକ ଥିଲେ। ୧୯୯୮ ଅଗଷ୍ଟରେ ପେଜ୍‌ ଏବଂ ବ୍ରିନ୍‌ଙ୍କୁ ସେ ୧ ଲକ୍ଷ ଡଲାରର ଚେକ୍‌ ଦେଇଥିଲେ। ଏଥିରୁ ହିଁ ପେଜ୍‌ ଏବଂ ବ୍ରିନ୍‌ ଆଗକୁ ବଢ଼ିଥିଲେ। ନିବେଶକ ଭାବେ ପାଣ୍ଠି ଦେବା ଯୋଗୁ ଗୁଗୁଲ ଟିମ୍‌ ହଷ୍ଟେଲରୁ ନିଜର ପ୍ରଥମ ଅଫିସ ନିର୍ମାଣ କରିଥିଲେ।

ଆଣ୍ଡି ଜର୍ମାନୀର ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ବ୍ୟବସାୟୀ ଏବଂ ନିବେଶକ। ୧୯୮୨ରେ ପ୍ରତିଷ୍ଠିତ ସନ୍‌ ମାଇକ୍ରୋସିଷ୍ଟମ୍‌ର ସେ ସହପ୍ରତିଷ୍ଠାତା ଏବଂ ଏହାର ମୁଖ୍ୟ ହାଡ୍‌ଓ୍ବେୟାର ଡିଜାଇନର।

Share