Categories: ଜାତୀୟ

ଭାରତରେ ଗୁଗଲ-ଜି ମେଲ୍‌ ସର୍ଭର ଡାଉନ୍‌

ନୂଆଦିଲ୍ଲୀ, ୨୦।୮: ଭାରତରେ ଗୁରୁବାର ସକାଳଠାରୁ ଗୁଗଲ ଏବଂ ଜି-ମେଲ୍‌ ସର୍ଭର ଡାଉନ୍‌ ରହିଛି। ଫଳରେ ୟୁଜରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଜି-ମେଲ୍‌ରେ ଆକ୍ଟିଭ୍‌ ୟୁଜରଙ୍କ ସଂଖ୍ୟା ଅଧିକ ହୋଇଯିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଏଭଳି ସ୍ଥିତି ଭାରତ ସମେତ ଅନ୍ୟ କେତେକ ଦେଶରେ ମଧ୍ୟ ଜାରି ରହିଛି। ଏହାଯୋଗୁ ୟୁଟ୍ୟୁବ୍‌ରେ ଭିଡ଼ିଓ ଅପଲୋଡ଼ କରିବାରେ ଅସୁବିଧା ହେଉଛି। ଏସମ୍ପର୍କରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ସମାଧାନ ଲାଗି ଉଦ୍ୟମ ଜାରି ରହିଥିବା କମ୍ପାନୀ କହିଛି। ଖୁବ୍‌ ଶୀଘ୍ର ସ୍ଥିତିରେ ସୁଧାର ଆସିବ ଏବଂ ୟୁଜରଙ୍କ ସମସ୍ୟା ଦୂର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share