ଗୁଗଲ୍‌ ନାଁରେ ୩୬ ରାଜ୍ୟରେ ମାମଲା

ଓ୍ବାଶିଂଟନ, ୯।୭:ଆଣ୍ଟିଟ୍ରଷ୍ଟ ଆଇନ ଉଲ୍ଲଂଘନ ଅଭିଯୋଗରେ ଗୁଗଲ୍‌ ବିରୋଧରେ ଆମେରିକାର ୩୬ ରାଜ୍ୟ ଏବଂ ଓ୍ବାଶିଂଟନ ଡିସି ପକ୍ଷରୁ ମାମଲା ଦାଏର ହୋଇଛି। ଏହି ସର୍ଚ୍ଚ ଇଞ୍ଜିନ୍‌ ଆଇନ ଉଲ୍ଲଂଘନ କରି ଏହାର ଆଣ୍ଡ୍ରଏଡ୍‌ ଆପ୍‌ ଷ୍ଟୋର୍‌କୁ ନିୟନ୍ତ୍ରଣ କରୁଥିବା ଅଭିଯୋଗ ହେଉଛି। ଗୁଗଲ୍‌ ବହୁବର୍ଷ ଧରି ଇଣ୍ଟରନେଟ୍‌ର ଗେଟ୍‌କିପର ଭାବେ କାର୍ଯ୍ୟ କରିଆସୁଥିଲା। କିନ୍ତୁ ଏବେ ଏହି ସର୍ଚ୍ଚ ଇଞ୍ଜିନ ଡିଜିଟାଲ ଡିଭାଇସ୍‌ ଗୁଡ଼ିକର ଗେଟ୍‌କିପର ପାଲଟିଛି। ଫଳରେ ଆମେ ବ୍ୟବହାର କରୁଥିବା ସଫ୍ଟଓ୍ବେରଗୁଡ଼ିକ ପାଇଁ ଅଧିକ ପୈଠ କରିବାକୁ ପଡ଼ୁଛି ବୋଲି ନ୍ୟୁୟର୍କ ଆଟର୍ନି ଜେନେରାଲ ଜେମ୍ସ ଅଭିଯୋଗ କରିଛନ୍ତି। ଜେମ୍ସ ଓ ଅନ୍ୟ ରାଜ୍ୟଗୁଡ଼ିକର ଆଟର୍ନି ଜେନେରାଲମାନଙ୍କ କହିବା ଅନୁଯାୟୀ ଗୁଗଲ୍‌ ପ୍ଲେ ଷ୍ଟୋର ମାଧ୍ୟମରେ ଆପ୍‌ କିଣିବା ବେଳେ ଏହା ମଧ୍ୟସ୍ଥ ଭୂମିକା ନେଉଛି ଏବଂ ବ୍ୟବହାରକାରୀମାନଙ୍କଠାରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଶନ ନେଉଛି।

Share