ପ୍ଲେ ଷ୍ଟୋରରୁ ୪୩ ମୋବାଇଲ ଆପ୍‌ ହଟାଇଲା ଗୁଗଲ୍‌

ନୂଆଦିଲ୍ଲୀ,୧୦।୮: ଗୁଗଲ ପ୍ଲେ ଷ୍ଟୋରରୁ ଭାଇରସ ଥିବା ୪୩ଟି ମୋବାଇଲ ଆପ ହଟାଇଛି। ଏହି ଆପଗୁଡିକ ଗୁଗଲ ପ୍ଲେ ଡେଭଲପର୍‌ ପଲିସି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହି ଆପଗୁଡ଼ିକ ଫୋନର ସ୍କ୍ରିନ ବନ୍ଦ ହେବା ପରେ ମଧ୍ୟ ବିଜ୍ଞାପନ ଦେଖାଉଥିଲା। ସମୁଦାୟ ୨.୫ ମିଲିୟନ ଥର ଏହି ଆପଗୁଡିକ ଡାଉନଲୋଡ କରାଯାଇଥିଲା।
ମାକାଫି ଏହାର ରିପୋର୍ଟରେ ଏହି ଆପ୍ସ ବିଷୟରେ ସୂଚନା ଦେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ସ୍କ୍ରିନରେ ବିଜ୍ଞାପନ ଦେଖାଇବା ଦ୍ୱାରା ଫୋନରୁ ବ୍ୟାଟେରୀକୁ ଶୀଘ୍ର ସରିଯାଏ ଏବଂ ୟୁଜର୍ସଙ୍କୁ ମଧ୍ୟ ଅସୁବିଧା ହୋଇଥାଏ। ଏହା ବ୍ୟତୀତ ଡାଟା ଲିକ ହେବାର ଆଶଙ୍କା ମଧ୍ୟ ରହିଛି।
ପ୍ଲେ ଷ୍ଟୋରରୁ ହଟାଥିବା ୪୩ଟି ଆପ ଟିଭି/ଡିଏମବି ପ୍ଲେୟାର, ମ୍ୟୁଜିକ ଡାଉନଲୋଡର୍‌, ନ୍ୟୁଜ ଏବଂ କ୍ୟାଲେଣ୍ଡର ଆପ୍‌ ସାମିଲ ଅଛି। ଅଧିକାଂଶ ଆପ ହେଉଛି ମିଡିଆ ଷ୍ଟ୍ରିମିଂ। ଏହି ଆପଗୁଡିକ ମଧ୍ୟ ଠକେଇ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

Share