Categories: ଜାତୀୟ

ହଟାଇଥିବା ଭାରତୀୟ ଆପ୍‌କୁ ରିଷ୍ଟୋର୍‌ କଲା ଗୁଗଲ୍‌

ନୂଆଦିଲ୍ଲୀ, ୩।୩: ଶୁକ୍ରବାର ଗୁଗଲ୍‌ ପକ୍ଷରୁ କିଛି ଭାରତୀୟ ମୋବାଇଲ ଆପ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେଗୁଡ଼ିକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା। ତେବେ ଏନେଇ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ପରେ ଗୁଗଲ୍‌ ନିଷ୍ପତ୍ତି ବଦଳାଇଛି। ଶନିବାର ଏନେଇ ଗୁଗଲ୍‌ ଅଧିକାରିଙ୍କ ସହ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଧିକାରୀକ ଭାବେ ଆଲୋଚନା କରିବା ପରେ ଏହି ଭାରତୀୟ ଆପ୍‌ଗୁଡ଼ିକର ରିଷ୍ଟୋର୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଇନ୍‌-ଆପ୍‌ ପେମେଣ୍ଟ ବାବଦରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଗୁଗଲ୍‌ର ଫିସ୍‌ ଆଦାୟକୁ ଦୀର୍ଘ ସମୟ ଧରି ବିଭିନ୍ନ ଭାରତୀୟ କମ୍ପାନୀ ବିରୋଧ କରି ଆସୁଥିଲେ। ତେବେ ଏହି ଇନ୍‌ -ଆପ୍‌ ପେମେଣ୍ଟ ସିଷ୍ଟମର ଧାର୍ଯ୍ୟ ସର୍ଭିସ ଦେୟ ଦେଇ ନ ଥିବାରୁ ୧୦ ଭାରତୀୟ ଆପ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଗୁଗଲ୍‌ ସେଗୁଡ଼ିକୁ ପ୍ଲେ ଷ୍ଟୋରରୁ ହଟାଇଥିଲା।

Share