ଗୁଗଲକୁ ପଚରା ଯାଉଛି ଶାରୀରିକ ସମ୍ପର୍କକୁ ନେଇ ଅଧିକ ପ୍ରଶ୍ନ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୪: ଏବେ ସମସ୍ତଙ୍କ ହାତ ପାଆନ୍ତାରେ ଇଣ୍ଟରନେଟ୍‌। କୌଣସି ସମସ୍ୟାରେ ପଡ଼ିଲେ ଅବା ମନରେ କିଛି ପ୍ରଶ୍ନ ଆସିଲେ ତତ୍‌କ୍ଷଣାତ୍‌ ଗୁଗଲକୁ ପ୍ରଶ୍ନ ପଚରା ଯାଉଛି। ଏନେଇ ଟିଭି ବିଜ୍ଞାପନ ସହିତ ବିଭିନ୍ନ ସୋସିଆଲ ମିଡ଼ିଆରେ ଗୁଗଲକୁ ପ୍ରଶ୍ନ ପଚାରିବା ଲାଗି ପ୍ରଚାର କରାଯାଉଛି। କରୋନା ମହାମାରୀ ସଙ୍କଟରେ ଗୁଗଲ ଏବେ ମନରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରଶ୍ନର ଉତ୍ତରର ଏକ ମାଧ୍ୟମ ପାଲଟିଛି। ଗୁଗଲକୁ ଅଧିକ କେଉଁ ପ୍ରକାର ପ୍ରଶ୍ନ ପଚରା ଯାଇଥାଏ, ସେନେଇ ଏକ ସର୍ଭେ କରାଯାଇଥିଲା। ଜଣାପଡ଼ିଥିଲା ଶାରୀରିକ ସମ୍ପର୍କ ସମ୍ପର୍କିତ ପ୍ରଶ୍ନ ଅଧିକ ସଂଖ୍ୟାରେ ଗୁଗଲକୁ ପଚରା ଯାଇଥାଏ। ଏଭଳି ପ୍ରଶ୍ନ ପଚାରୁଥିବା ୟୁଜରଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଟିନ୍‌ଏଜର ଅଧିକ । ୟୁଜର ପ୍ରାୟତଃ ଶାରୀରିକ ସମ୍ପର୍କ ଯୋଗୁ କାହିଁକି ମନ ଖୁସି ରୁହେ ସେ ପ୍ରଶ୍ନ ଅଧିକ ପଚାରିଥାନ୍ତି। ସେହିପରି ଶାରୀରିକ ସମ୍ପର୍କ ବିଷୟରେ ସ୍ବପ୍ନ ଦେଖିବା ଭଲ ନା ଖରାପ, କେଉଁ ରୋଗ ଏହି ସମ୍ପର୍କ ଦ୍ୱାରା ବ୍ୟାପିଥାଏ, ଅଧିକ ସମୟ ସମ୍ପର୍କ ରକ୍ଷା ପାଇଁ କ’ଣ କରାଯିବା ଆବଶ୍ୟକ, ମାସକୁ ଅବା ସପ୍ତାହରେ ଏଭଳି ସମ୍ପର୍କ କେତେ ଥର ରଖିବା ଉଚିତ, ସମ୍ପର୍କ ସ୍ଥାପନ ସମୟରେ ଯନ୍ତ୍ରଣା ହୁଏକି-ଯଦି ହୁଏ କାହିଁକି ଆଦି ପ୍ରଶ୍ନ ପଚରା ଯାଇଥାଏ ବୋଲି ଗବେଷକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହା ସହିତ ଗର୍ଭଧାରଣରୁ କିପରି ଦୁରେଇ ରହିବେ ଆଦି ପ୍ରଶ୍ନ ୟୁଜର ଗୁଗଲକୁ ପଚାରୁ ଥିବା ସର୍ଭେ ରିପୋର୍ଟ ଦର୍ଶାଯାଇଛି। ଲକ୍‌ଡାଉନ୍‌ ଏବଂ ଶର୍ଟ ଡାଉନ୍‌ ସମୟରେ ଏଭଳି ପ୍ରଶ୍ନ ପଚାରୁଥିବା ୟୁଜରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share