ଗୁଗଲ ମ୍ୟାପରେ ଆସୁନି ଇସ୍ରାଏଲ-ଗାଜାର ଲାଇଭ ଟ୍ରାଫିକ

ଗାଜା,୨୬।୧୦: ଗାଜାକୁ ବିଭିନ୍ନ କୋଣରୁ ଘେରିବା ସହ ଅଞ୍ଚଳକୁ ନାକାବନ୍ଦୀ କରିବା ପରେ ଇସ୍ରାଏଲ ସେନା ବର୍ତ୍ତମାନ ଗାଜା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସେମାନଙ୍କୁ ଖୁବ୍‌ଶୀଘ୍ର ଗ୍ରୀନ ଫ୍ଲାଗ୍‌ ମିଳିପାରେ। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଆମେରିକାର ବହୁରାଷ୍ଟ୍ରୀୟ କମ୍ପାନୀ ଗୁଗୁଲ ମ୍ୟାପ ଇସ୍ରାଏଲ-ଗାଜାରେ ଲାଇଭ ଟ୍ରାଫିକ ସ୍ଥିତିକୁ ଆପରୁ ଅଦୃଶ୍ୟ କରିଦେଇଛି। ଫଳସ୍ବରୂପ, ଗୁଗୁଲସ୍‌ ମ୍ୟ୍‌ାପରେ ଇସ୍ରାଏଲ-ଗାଜାରେ ଚାଲୁଥିବା ୱାଇଜ ଆପ୍ସରେ ଲାଇଭ ଟ୍ରାଫିକ ସ୍ଥିତି ଦେଖିବା ପାଇଁ କୌଣସି ସୁବିଧା ରହିବ ନାହିଁ। କୂଟନୈତିକ ସ୍ତରରେ ଏପରିି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। କେବଳ ଗୁଗୁଲ ମ୍ୟାପ ନୁହେଁ, ଆପଲ ପରି ବଡ ବଡ କମ୍ପାନୀ ଏପରି ଟେକ୍ନିକାଲ ଚେଞ୍ଜସ କରିଛନ୍ତି।

ଆମେରିକାର କୂଟନୀତିଜ୍ଞମାନେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। କିନ୍ତୁ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସେନାର ନିର୍ଦ୍ଦେଶରେ ଏହି କମ୍ପାନୀଗୁଡିକ ଏପରି ନିଷ୍ପତ୍ତି ନେଇଛନ୍ତି। ଆପ୍‌ରେ ଲାଇଭ ଟ୍ରାଫିକ ସୂଚନା ରହିଲେ ଏହା ସିଧାସଳଖ କିମ୍ବା ପରୋକ୍ଷ ଭାବରେ ହମାସ ପାଖକୁ ସୂଚନା ପହଞ୍ଚିପାରେ ବୋଲି ଇସ୍ରାଏଲ ସେନା ଆଶଙ୍କା କରୁଛି। ଏହା ପ୍ରଥମ ଥର ନୁହେଁ ଏହାପୂର୍ବରୁ, ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ସମୟରେ ୟୁକ୍ରେନର ଲାଇଭ ଟ୍ରାଫିକକୁ ଆପରୁ ହଟାଇ ଦିଆଯାଇଥିଲା।

Share