Categories: ଫୁରସତ

ବାଟବଣା କଲା ଗୁଗଲ ମ୍ୟାପ୍‌

ଓ୍ବାଶିଂଟନ: ଆଜିକାଲି ଟେକ୍ନୋଲୋଜି ବହୁତ ଆଗେଇଛି। ଲୋକେ ଆଗେ ଅଜଣା ସ୍ଥାନ ବିଷୟରେ ଲୋକଙ୍କୁ ପଚାରିବା ସହ ଅଯଥା ସମୟ ନଷ୍ଟ କରୁଥିଲେ। ମାତ୍ର ଗୁଗଲ ମ୍ୟାପ ଯୋଗୁ କାହାକୁ ନ ପଚାରି ସିଧା ଯାଇ ଠିକଣା ସ୍ଥାନରେ ପହଞ୍ଚି ଯାଉଛନ୍ତି। ମାତ୍ର ଏହି ମ୍ୟାପ ଯୋଗୁ ଏକ ପରିବାର କିପରି ଅଡୁଆରେ ପଡ଼ି ମାମଲା ଦାଏର କରିଛନ୍ତି ତାହା ସାମ୍ନାକୁ ଆସିଛି। ଗୁଗଲ ମ୍ୟାପ୍‌ ଫଲୋ କରି ଯିବା ସମୟରେ ଭୁଶୁଡ଼ି ପଡ଼ିଥିବା ବ୍ରିଜ୍‌କୁ ଗାଡ଼ି ଚଢ଼ାଇଦେବାରୁ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାର ଅବହେଳା ଅଭିଯୋଗ କରି ଟେକ୍‌ କମ୍ପାନୀ ବିରୋଧରେ ମକଦ୍ଦମା ଦାଏର କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ବ୍ରିଜଟି ୫ ବର୍ଷ ପୂର୍ବେ ଧୋଇଯାଇଥିତ୍ବା କଥା ଗୁଗଲ ଜାଣିଥିଲା। କିନ୍ତୁ ନାଭିଗେଶନ ସିଷ୍ଟମ ଅପଡେଟ କରି ନ ଥିଲା। ମକଦ୍ଦମା ଅନୁଯାୟୀ, ଗତବର୍ଷ ସେପ୍ଟେମ୍ବରରେ ମେଡିକାଲ ଉପକରଣ ବିକ୍ରେତା ଫିଲିପ ପାକ୍ସସନଙ୍କ ଜିପ୍‌ ଗ୍ଲାଡିଏଟର ଉତ୍ତର କାରୋଲିନାର ହିକୋରୀରେ ବରଫ ଭିତରେ ପଶିଯିବା ପରେ ବୁଡ଼ି ଯାଇଥିଲେ। ତାଙ୍କ ଝିଅର ନବମ ଜନ୍ମୋତ୍ସବ ପାଳନ ପାଇଁ ଘରକୁ ଫେରୁଥିବା ବେଳେ ସେ ଏକ ଅଜଣା ସ୍ଥାନ ଦେଇ ଯାଉଥିଲେ। ଏହି ସମୟରେ ଗୁଗଲ ମ୍ୟାପ ତାଙ୍କୁ ଭୁଶୁଡି ପଡ଼ିଥିବା ବ୍ରିଜ ପାର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଗୁଗଲର ମାନବ ଜୀବନ ପ୍ରତି ସାମାନ୍ୟ ସମ୍ମାନ ନାହିଁ ବୋଲି ଫିଲିପଙ୍କ ସ୍ତ୍ରୀ ଆଲିସିଆ ପାକ୍ସସନ କହିଛନ୍ତି।

Share