Categories: ଫୁରସତ

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ମନେ ପକାଇଲା ଡୁଡ୍‌ଲ

ଗୁଗଲ ମଙ୍ଗଳବାର ଦିନ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ଜୋହରା ସେହଗାଲଙ୍କୁ ସ୍ମରଣ କରି ଏକ ଡୁଡ୍‌ଲ କରିଛି। ସେହଗାଲ ଦେଶର ପ୍ରଥମ କଳାକାରମାନଙ୍କ ମଧ୍ୟରୁ ଜଣେ ଯିଏକି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ, ୨୦୦୧ରେ କାଲିଦାସ ପୁରସ୍କାର ଏବଂ ୨୦୧୦ରେ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ଗୁଗଲ ସାଧାରଣତଃ ପ୍ରତ୍ୟେକ ଦିନ ମହାନ ବ୍ୟକ୍ତିଙ୍କୁ ମନେ ପକାଇ ଡୁଡଲ ପ୍ରସ୍ତୁତ କରେ।
ଜୋହରା ସେହଗାଲ ୧୯୧୨, ଏପ୍ରିଲ ୨୭ରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ଏକମାତ୍ର ଅଭିନେତ୍ରୀ ଯିଏକି ବିଗତ ଶତାବ୍ଦୀର କିମ୍ବଦନ୍ତୀ ପ୍ରୀତିରାଜ କପୁର, ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ନୂତନ ଯୁଗର ଅଭିନେତା ରଣବୀର କପୁରଙ୍କ ସହ ଅଭିନୟ କରି ନିଜର ଏକ ପରିଚୟ ସୃଷ୍ଟି କରିଥିଲେ। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ସେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲେ। ୨୦୧୪, ଜୁଲାଇ ୧୦ ରେ ନୂଆଦିଲ୍ଲୀରେ ସେହଗାଲଙ୍କ ଦେହାନ୍ତ ହୋଇଥିଲା।

Share