Categories: ବାଣିଜ୍ୟ

ପୁଣି ଛଟେଇ କଲା ଗୁଗୁଲ

ନୂଆଦିଲ୍ଲୀ,୧୪।୯: ପୁଣି ଥରେ ଛଟେଇ କରିଛି ‘ଗୁୁଗୁଲ୍‌’। ଏଥର କମ୍ପାନୀର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍‌ ଶହ ଶହ ନିଯୁକ୍ତିଦାତାଙ୍କୁ ବରଖାସ୍ତ କରିଛି। ଏହାଫଳରେ କମ୍ପାନୀ ଏଆଇ ଉପରେ ବିନିଯୋଗକୁ ଦ୍ୱିଗୁଣିତ କରିବ ବୋଲି ସ୍ପଷ୍ଟ ହୋଇଛି। ପୂର୍ବରୁ ଗୁଗୁଲ୍‌ ଜାନୁୟାରୀରେ ୬% କର୍ମଚାରୀଙ୍କୁ ଛଟେଇ କରିଥିଲା। ଏହାର ପ୍ରଭାବ ୧୨ ହଜାର କର୍ମଚାରୀଙ୍କ ଉପରେ ପଡ଼ିଥିଲା।

Share