ନୂଆଦିଲ୍ଲୀ,୨୮।୧: ଦେଶର ଅନ୍ୟତମ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲରେ ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗୁଲ ୭,୪୦୦ କୋଟି ଟଙ୍କା ନିବେଶ କରିବାକୁ ଯାଉଛି। ଭାରତର ଡିଜିଟାଲ ଇକୋସିଷ୍ଟମକୁ ଆଗେଇ ନେବା ପାଇଁ ଏହି ବହୁ ବର୍ଷୀୟ ଚୁକ୍ତି କରାଯାଇଛି। ଏ ନେଇ ଟେଲିକମ କମ୍ପାନୀ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।
ଏୟାରଟେଲ ଏକ ରେଗୁଲେଟୋରି ଫାଇଲିଂ ଜରିଆରେ କହିଛି, ଏହି ସହ ଭାଗୀଦାରିତାର ଅଂଶ ଭାବେ ଗୁଗଲ ୧ ବିଲିଅନ ଡଲର (ପ୍ରାୟ ୭,୪୦୦ କୋଟି ଟଙ୍କା) ନିବେଶ କରିବାକୁ ଇଛୁକ। ଆଗାମୀ ୫ ବର୍ଷ ମଧ୍ୟରେ ଏହି ଟଙ୍କା ନିବେଶ କରିବ। ଚୁକ୍ତିରେ ଏୟାରଟେଲର ୧.୨୮ ପ୍ରତିଶତ ଶେୟାର ମାଲିକାନା ପାଇଁ ୭୦୦ ନିୟୁତ ଡଲାର ନିବେଶ ସାମିଲ ରହିଛି। ବହୁ ବର୍ଷୀୟ ଆର୍ଥତ୍କ ଚୁକ୍ତି ବାବଦକୁ ୩୦୦ ନିୟୁତ ଡଲାର ନିବେଶ କରାଯିବ।