ନୂଆଦିଲ୍ଲୀ,୧୫ା୭: ଫ୍ରାନ୍ସ କମ୍ପିଟେସନ ରେଗୁଲେଟର ମଙ୍ଗଳବାର ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ୍କୁ ୫୦୦ ନିୟୁତ ୟୁରୋ (୫୯୩ ନିୟୁତ ଡଲାର) ଜରିମାନା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନିୟମ ପାଳନରେ ବିଫଳତା ଲାଗି ନିୟାମକ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡଇଛି। କୌଣସି କମ୍ପାନୀଙ୍କୁ କମ୍ପିଟେସନ ରେଗୁଲେଟରଙ୍କ ପକ୍ଷରୁ ଏହା ଏପର୍ଯ୍ୟନ୍ତ ସବୁଠୁ ବଡ ଜରିମାନା ବୋଲି ନିୟାମକ ଅନୁଷ୍ଠାନ ମୁଖ୍ୟ ଇସାବେଲା ଡି’ସିଲଭା କହିଛନ୍ତି। ତେବେ ଫ୍ରାନ୍ସ ପ୍ରାଧିକରଣଙ୍କ ନିଷ୍ପତ୍ତି ନିରାଶାଜନକ ବୋଲି ଗୁଗଲ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତ। ଏଥିପାଇଁ ନିୟାମକ ଦେଇଥିବା ଅବଧିରେ ଆମେ ପ୍ରକାଶକଙ୍କ ସହ କଥାବାର୍ତ୍ତା କରିଛୁ। ଏ ନେଇ ଆମ ପ୍ଲାଟଫର୍ମରେ ଆମେ କରିଥିବା ପ୍ରୟାସ ଅଥବା ଆମ ପ୍ଲାଟଫର୍ମରେ ନ୍ୟୁଜ କଣ୍ଟେଣ୍ଟର ବାସ୍ତବିକତା ନିୟାମକଙ୍କ ଆଦେଶରେ ପ୍ରତିଫଳିତ ହେଉନାହିଁ।