Categories: ଜାତୀୟ

ମିଥ୍ୟା ସୂଚନା ପ୍ରସାରଣ ରୋକିବ ଗୁଗଲ୍‌

ନୂଆଦିଲ୍ଲୀ,୧୨।୩ :ଲୋକ ସଭା ନିର୍ବାଚନ ସମୟରେ ମିଥ୍ୟା ସୂଚନାର ପ୍ରସାରକୁ ରୋକିବା ସହ ଅଧିକୃତ କଣ୍ଟେଣ୍ଟ ଏବଂ ଏଆଇ ଦ୍ୱାରା ସୃଷ୍ଟି ଡେଟାକୁ ପୋଷ୍ଟିଂ ପାଇଁ ଅନୁମତି ଦେବା ନିମନ୍ତେ ଭାରତର ନିର୍ବାଚନ କମିଶନ (ଇସିଆଇ) ସହ ହାତ ମିଳାଇଛି ଗୁଗଲ୍‌ । ଗୁଗଲ ଇଣ୍ଡିଆ ଏହାର ଏକ ବ୍ଲଗ୍‌ ପୋଷ୍ଟରେ କହିଛି, ବିଭିନ୍ନ ନିର୍ବାଚନ ସମ୍ପର୍କିତ ବିଷୟବସ୍ତୁଗୁଡ଼ିକର ପ୍ରାଧିକୃତ ତଥ୍ୟକୁ ପ୍ରସାରିତ କରିବା ପାଇଁ ଏହାର ପ୍ରଡକ୍ଟ ଫିଚରକୁ ଡିଜାଇନ୍‌ କରାଯାଇଛି। ଜନସାଧାରଣ କିପରି ନିଜକୁ ଭୋଟର ଭାବେ ପଞ୍ଜୀକୃତ କରିବେ ଏବଂ କିପରି ଭୋଟ ଦେବେ ଆଦି ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଗୁଗଲ୍‌ ସର୍ଚ୍ଚରେ ଯେପରି ସହଜରେ ପାଇପାରିବେ ସେଥିପାଇଁ ଗୁଗଲ୍‌ ଇସିଆଇ ସହ ଏକାଠି କାମ କରୁଛି। ଉଭୟ ଇଂଲିଶ ଓ ହିନ୍ଦୀରେ ତାହା ଉପଲବ୍ଧ ହେବ। ଲୋକମାନେ କଣ୍ଟେଣ୍ଟ ପ୍ରସ୍ତୁତି ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ କରୁଥିବାରୁ ଜନସାଧାରଣ ସେଗୁଡ଼ିକୁ ଚିହ୍ନଟରେ ସହାୟତା ପାଇଁ ଗୁଗଲ ବିଭିନ୍ନ ପ୍ରକ୍ରିୟା ପ୍ରସ୍ତୁତ କରିଛି।

Share