ଗୁଗୁଲର ୨୫ତମ ଜନ୍ମଦିନରେ ଗୁଗୁଲ ମାଲିକଙ୍କୁ ବଡ ଝଟକା, ୩୩ହଜାର କୋଟି ହ୍ରାସ ପାଇଲା ସମ୍ପତ୍ତି

ଓ୍ବାଶିଂଟନ୍‌,୨୭।୯: ଗୁଗୁଲ ସେପ୍ଟେମ୍ବର ୨୭ରେ ନିଜ ସିଲଭର ଜୁବଲି ଅର୍ଥାତ୍‌ ୨୫ତମ ଜନ୍ମଦିନ ପାଳନ କରୁଛି। ଅନ୍ୟପକ୍ଷରେ ଜନ୍ମଦିନରେ ଗୁଗୁଲ ଫାଉଣ୍ଡରଙ୍କର ମୋଟ ସମ୍ପତ୍ତିର ୩୩ ହଜାର କୋଟି ଟଙ୍କା ହ୍ରାସ ପାଇଛି। ଆମେରିକାରେ ସଟଡାଉନ ହେବାକୁ ନେଇ ଏପରି ସମସ୍ୟା ହୋଇଛି ବୋଲି କୁହାଯାଉଛି। କେବଳ ଆମେରିକା ନୁହେଁ ବିଶ୍ୱର ସମସ୍ତ ବଜାରରେ ଗୁଗୁଲର ଶେୟାର ଖସିବାର ଦେଖାଯାଇଛି। ଏହି କାରଣରୁ ଦୁନିଆର ବିଲିୟନେୟାରମାନେ ମଧ୍ୟ କ୍ଷତି ସହିବାକୁ ପଡିଛି। କମ୍ପାନୀ ପ୍ରତିଷ୍ଠାତା ଲ୍ୟାରି ପେଜ ଏବଂ ସର୍ଜି ବ୍ରିନଙ୍କ ସମ୍ପତ୍ତି ମଧ୍ୟ ହ୍ରାସ ପାଇଛି। ଦୁହେଁ ଦୁନିଆର ସପ୍ତମ ଏବଂ ଅଷ୍ଟମ ଧନୀ ବ୍ୟବସାୟୀ ଅଟନ୍ତି।

ବୁଧବାର ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟର ଶେୟାର ପ୍ରାୟ ୨ ପ୍ରତିଶତ ହ୍ରାସ ପାଇ ୧୨୮.୫୬ ଡଲାରରେ ପହଞ୍ଚିଛି। ଗତ ୫ଦିନ ମଧ୍ୟରେ ଗୁଗୁଲର ଶେୟାର ପ୍ରାୟ ୭ପ୍ରତିଶତ ହ୍ରାସ ପାଇଛି। ଚଳିତ ବର୍ଷ କମ୍ପାନୀର ଶେୟାର ୪୪ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛନ୍ତି। ଗତ ୬ ମାସ ମଧ୍ୟରେ କମ୍ପାନୀର ଶେୟାରରେ ୨୫ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।

ସେପ୍ଟେମ୍ବର ୨୬ରେ, ଗୁଗୁଲ ପ୍ରତିଷ୍ଠାତା ଲ୍ୟାରିଙ୍କ ସମ୍ପତ୍ତି ୨.୦୫ ବିଲିୟନ ଡ଼ଲାର୍‌ ଅର୍ଥାତ ୧୭ହଜାର କୋଟିରୁ ଅଧିକ ସମ୍ପତ୍ତି ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ଲ୍ୟାରିଙ୍କ ସମ୍ପତ୍ତି ୧୧୬ ଡଲାରକୁ ହ୍ରାସ ପାଇଛି। ଅନ୍ୟପଟେ, ସର୍ଜି ବ୍ରିନଙ୍କ ସମ୍ପତ୍ତିରେ ୧,୯୩ବିଲିୟନ ଡ଼ଲାର ଅର୍ଥାତ ୧୬ହଜାର କୋଟିରୁ ଅଧିକ ସମ୍ପତ୍ତିରେ ହ୍ରାସ ଦେଖିବାକୁ ମିଳିଛି। ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ୧୧୦ ବିଲିୟନ ଡଲାର ଅଟେ।

ଗୁଗୁଲ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ କମ୍ପାନୀ। କମ୍ପାନୀର ମାର୍କେଟ କ୍ୟାପ ୧.୬୩ଟ୍ରିଲିୟନ ଡଲାର। ୨୦୧୫ରେ ଆଲଫାବେଟ ଜନ୍ମ ହୋଇଥିଲା। ଗୁଗୁଲ ୧୯୯୮ରେ ପ୍ରତିଷ୍ଠିତ ହୋଇଥିଲା। ଗୁଗୁଲ ହେଉଛି ଦୁନିଆର ସବୁଠାରୁ ସଫଳ ସର୍ଚ୍ଚ ଇଞ୍ଜିନ। ଏହାର ଜନ୍ମ ୪ ସେପ୍ଟେମ୍ବର ରଖାଯାଇଥିବାବେଳ ଏହାର ଅଫିସିଆଲ ଭାବେ ୨୭ସେପ୍ଟେମ୍ବରରେ ପ୍ରତିଷ୍ଠା ହୋଇଥିଲା। ତେବେ କମ୍ପାନୀର ଜନ୍ମଦିନ ମଧ୍ୟ ଅନେକ ଥର ବଦଳିଛି।

Share