ପୁଣି କର୍ମଚାରୀ ଛଟେଇ କଲା ଆଲଫାବେଟ

କାଲିଫର୍ନିଆ,୧୪।୯: ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ପୁଣି ଥରେ କର୍ମଚାରୀମାନଙ୍କୁ ଛଟେଇ କରିଛି। ନିଯୁକ୍ତିରେ ଚାଲିଥିବା ମନ୍ଥର ଗତିର ଏକ ଅଂଶ ଭାବରେ ବିଶ୍ୱସ୍ତରୀୟ ନିଯୁକ୍ତି ଟିମ୍‌ ମଧ୍ୟରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ତିନିମାସରେ କର୍ମଚାରୀଙ୍କ ଛଟେଇ କରିବାରେ ଆଲଫାବେଟ ହେଉଛି ପ୍ରଥମ ‘ବିଗ୍‌ ଟେକ’ କମ୍ପାନୀ। ଏହାପୂର୍ବରୁ ମେଟା, ମାଇକ୍ରୋସଫ୍ଟ ଏବଂ ଆମାଜନ ଭଳି କମ୍ପାନୀମାନେ ୨୦୨୩ ଆରମ୍ଭରୁ ଆକ୍ରମଣାତ୍ମକ ଭାବରେ ଛଟେଇ କରିଥିଲେ।
ଜାନୁଆରୀରେ ଆଲଫାବେଟ ପ୍ରାୟ ୧୨,୦୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଥିଲା। ଫଳରେ କମ୍ପାନୀର କର୍ମଚାରୀଙ୍କ ସଂଖ୍ୟାରେ ୬% ହ୍ରାସ ଘଟିଥିଲା।

Share