ଆଜି ସରିବ ଗୋପାଳଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି

ବ୍ରଜରାଜନଗର,୮।୨(ଡି.ଏନ.ଏ.): ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ବୁଧବାର ସରିବ। କ୍ରାଇମବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ନେଇ ଘଟଣାର ତଦନ୍ତ ଚଳାଇଥିଲା। ତେବେ ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରୁଥିବା ବେଳେ ପୁଣି ଆଉ ଥରେ ରିମାଣ୍ଡରେ ନିଆଯିବ କି ନାହିଁ ତାହା ଜଣାପଡିନାହିଁ। ମଙ୍ଗଳବାର ଅଭିଯୁକ୍ତ ଗୋପାଳ ଘଟଣାସ୍ଥଳରେ ପହଞ୍ଚି ଡେମୋ ଦେଖାଇଥିଲେ। ଏହାପରେ ଗୋପାଳଙ୍କୁ ଝାରସୁଗୁଡା ସେକେଣ୍ଡ ବାଟାଲିୟନକୁ ନେଇ ପୁଣି ଜେରା କରିଥିଲା କ୍ରାଇମବ୍ରାଞ୍ଚ।

 

 

Share