Categories: ଜାତୀୟ

ଗୁଜରାଟ ଏଏପିରେ ବଡ଼ ପରିବର୍ତ୍ତନ

ଅହମ୍ମଦାବାଦ୍‌,୪।୧: ଗୁଜରାଟ ବିଧାନସଭା ନିର୍ବାଚନ ପରାଜୟ ପରେ ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟରେ ଏକ ବଡ ପରିବର୍ତ୍ତନ କରିଛି। ଏଏପିର ଗୁଜରାଟ ରାଜ୍ୟ ସଭାପତି ଗୋପାଳ ଇଟାଲିୟାଙ୍କୁ ଜାତୀୟ ଯୁଗ୍ମ ସଚିବ ଏବଂ ମହାରାଷ୍ଟ୍ରରେ ଏଏପିର ସହ-ପ୍ରଭାରୀ କରାଯାଇଛି।
ଗୁଜରାଟ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପଦର ଚେହେରା ଥିବା ଇସୁଦାନ ଗଡଭିଙ୍କୁ ନୂତନ ରାଜ୍ୟ ସଭାପତି କରାଯାଇଛି। ସଭାପତିଙ୍କ ବ୍ୟତୀତ ରାଜ୍ୟରେ ୬ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ନିଯୁକ୍ତ କରାଯାଇଛି। ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଇସୁଦାନ ଗଡଭି ଏବଂ ଗୋପାଳ ଇଟାଲୀୟ ନିଜ ଆସନରୁ ହାରିଯାଇଥିଲେ।
ଗୁଜରାଟ ବିଧାନସଭା ନିର୍ବାଚନ ଜିତିବାକୁ ଆମ ଆଦମୀ ପାର୍ଟି ସମସ୍ତ ଉଦ୍ୟମ କରିଥିଲା। କିନ୍ତୁ ଦଳକୁ କେବଳ ପାଞ୍ଚଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା।

Share