ଭୁବନେଶ୍ୱର,୭।୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ପୁଣି ଏକ ନୂଆ ତଥ୍ୟ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମିଶ୍ର କହିଛନ୍ତି, ଖବର ଅନୁସାରେ ଝିଆରୀଙ୍କ ଚାକିରି ପାଇଁ ଗୋପାଳ ନବଙ୍କ ପାଖକୁ ଯାଉଥିଲେ, ସେତେବେଳେ ଅଘଟଣ ଘଟି ନ ଥାଇପାରେ ବୋଲି କିଏ କହିବ? ଏ ନେଇ ଗୋପାଳ ପରିବାର ଲୋକେ ଷଡ଼ଯନ୍ତ୍ର କରିଥାଇ ପାରନ୍ତି, ତେଣୁ ତାଙ୍କ ଝିଆରୀଙ୍କୁ ପଚରାଉଚରା କଲେ ସ୍ପଷ୍ଟ ଜଣାପଡ଼ିବ।