ବିନା ଅନୁମତିରେ ୬ମାସ ଛୁଟିରେ ଥିଲେ ଗୋପାଳ

ସମ୍ବଲପୁର,୩୧ା୭ (ଶୁଭାଶିଷ ପାଢ଼ୀ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଚାର୍ଜଶିଟ୍‌ ଦାଖଲ କରିବା ପରେ ଏବେ ଲୋକଲୋଚନକୁ ଆସୁଛି ଅନେକ ପ୍ରସଙ୍ଗ। ଚାର୍ଜଶିଟ୍‌ ଓ ପଲିଗ୍ରାଫ ରିପୋର୍ଟକୁ ଦେଖିଲେ ଅନେକ ତଥ୍ୟରେ ତାଳମେଳ ମଧ୍ୟ ରହୁନାହିଁ। ଅଭିଯୁକ୍ତ ଗୋପାଳ ଦାସ ପୋଲିସ ବିଭାଗର ମୁଖିଆଙ୍କ ବିନା ଅନୁମତିରେ ଦୁଇଥରରେ ୬ମାସ ଛୁଟିରେ ରହିଥିଲେ। ଯାହାକୁ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ଚିଠି କରାଯାଇଥିଲା। ହେଲେ ସେ ମାନସିକ ରୋଗରେ ପୀଡିତ ହୋଇ ଚିକିସ୍ଥିତ ହେଉଥିଲେ। ସୁସ୍ଥ ଥିବା ରିପୋର୍ଟ ଦାଖଲ କରିବା ପରେ ପୁଣି ଚାକିରି ନିୟମିତ ହୋଇଥିଲା। ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏ ସମ୍ପର୍କରେ କହିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୦୧୪ ଫେବୃୟାରୀ ୩ ରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ୨ମାସ ବିନା ଅନୁମତିରେ ରହିଥିଲେ। ୨୦୧୫ ମସିହା ଫେବୃୟାରୀ ୨୦ ରୁ ୨୮ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଛୁଟିରେ ଥିଲେ। କିନ୍ତୁ ମାର୍ଚ୍ଚ ୧ରେ କାର୍ଯ୍ୟରେ ଯୋଗ ନ ଦେଇ ଗୋପାଳ ପୁଣି ବିନା ଅନୁମତିରେ ମାର୍ଚ୍ଚ ୧ରୁ ଜୁନ୍‌ ୨୮ ତାରିଖ ପର୍ଯ୍ୟନ୍ତ ରହିଥିଲେ। ହେଲେ ଏମ୍‌କେସିଜିରେ ମାନସିକ ରୋଗର ଚିକିତ୍ସା ହେଉଥିବା ଓ ସୁସ୍ଥ ହୋଇଥିବା ଡାକ୍ତରୀ ରିପୋର୍ଟ ଦେବାପରେ ଚାକିରିରେ ଯୋଗଦାନ କରିଥିଲେ। ଗୋପାଳ କେଉଁ କାରଣରୁ ଛୁଟି ନ ନେଇ ଏତେଦିନ ରହିଲେ ଯାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରୁ ସ୍ପଷ୍ଟ ଯେ, ପୋଲିସ ବିଭାଗ ଗୋପାଳର ମାନସିକ ସ୍ଥିତି ସବୁ ସମୟରେ ଠିକ୍‌ ନ ଥିବା ପୂର୍ବରୁ ଜାଣିଥିଲା। ଅନ୍ୟପଟେ ଗୋପାଳର ମାନସିକ ରୋଗ ପରୀକ୍ଷା କରିବା ପାଇଁ ଗଠନ ହୋଇଥିବା ଡାକ୍ତରୀ ଟିମ୍‌ ମଧ୍ୟ ଗୋପାଳଙ୍କ ମାନସିକ ସ୍ଥିତିର ଉଚ୍ଚତର ପରୀକ୍ଷା ପାଇଁ ସୁପାରିଶ କରିବା ସହ ୪ ପ୍ରକାର ଔଷଧ ଖାଇବାକୁ ଦେବାକୁ ଗତ ଏପ୍ରିଲ ମାସରେ ଚୌଦ୍ୱାର ଜେଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଏବେ ମଧ୍ୟ ମାନସିକ ରୋଗର ଓଷଧ ଗୋପାଳ ଖାଉଥିବା ଜଣାପଡିଛି।
ଅନ୍ୟପକ୍ଷେ ଗୋପାଳଙ୍କ ପଲିଗ୍ରାଫ ପରୀକ୍ଷାରେ ମଧ୍ୟ ମାନସିକ ରୋଗ ସମ୍ପର୍କରେ ଉଲ୍ଲେଖ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ ଦାସଙ୍କୁ ହତ୍ୟା କରିବା ସମୟରେ ମାନସିକ ରୋଗ ପାଇଁ ଖାଉଥିବା ଔଷଧ ବନ୍ଦ କରିଦେଇଥିଲ କି ବୋଲି ତଦନ୍ତ ସମୟରେ ପ୍ରଶ୍ନ କରାଯାଇଥିଲା। ଅଭିଯୁକ୍ତ ଗୋପାଳ ହଁ କହି ଉତ୍ତର ଦେଉଥିଲେ। ଏହି ଦୁଇ ଘଟଣାରୁ ସ୍ପଷ୍ଟ ହେଉଛି ଯେ, ଗୋପାଳ ସତରେ ପାଗଳ ଥିଲେ। ହେଲେ ବେଙ୍ଗାଲୁରୁ ନିମହାନ୍ସରେ ପରୀକ୍ଷା ପାଇଁ ଗୋପାଳଙ୍କୁ ନେବାକୁ କ୍ରାଇମବ୍ରାଞ୍ଚର ଆବେଦନ ଉପରେ କୋର୍ଟ ମନା କରି ଦେଇଥିଲେ। ରାଜ୍ୟ ସରକାର ଗଠନ କରିଥିବା ଡାକ୍ତରୀ ଦଳ ଫେବୃୟାରୀ ୫ ତାରିଖରେ ଦେଇଥିବା ରିପୋର୍ଟ ଅନୁସାରେ ଗୋପାଳଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥା ଠିକ ରହିଛି ତେଣୁ ଅଧିକ ପରୀକ୍ଷା କରିବାର ଆବଶ୍ୟକତା ନୁହେଁ ବୋଲି ମନା କରିଥିଲେ। ଏବେ ଗୋପାଳ ଚୌଦ୍ୱାର ଜେଲରେ ଅଛନ୍ତି।
ସୂଚନାଯୋଗ୍ୟଯେ, ଜାନୁୟାରୀ ୨୯ତାରିଖରେ ନବ ଦାସ ଝାରସୁଗୁଡା ଜିଲା ବ୍ରଜରାଜନଗର ଗସ୍ତରେ ଯାଇଥିବାବେଳେ ତାଙ୍କୁ ଗାନ୍ଧୀଛକରେ ତତ୍କାଳୀନ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ସର୍ଭିସ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିଲେ। ହତ୍ୟାକାଣ୍ଡର ୧୧୮ ଦିନ ପରେ ୫୩୪ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ ହୋଇଥିଲା। ଏଥିରେ ୮୯ ଜଣ ସାକ୍ଷୀ ଓ ଜେରା କରାଯାଇଥିବା ରିପୋର୍ଟ ରହିଥିଲା। ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ଗୋପାଳ ହତ୍ୟା କରିଥିବା ମଧ୍ୟ ଚାର୍ଜଶିଟ୍‌ରେ ଉଲ୍ଲେଖ ରହିଥିଲା। ଏପରିକି ଅଭିଯୁକ୍ତ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଯଦି ବ୍ୟକ୍ତିଗତ କାରଣ ତାହା ହେଲେ ପାରିବାରିକ କିମ୍ବା ଚାକିରି କ୍ଷେତ୍ରକୁ ନେଇ ରାଗ ଥିଲା ତାହା ସ୍ପଷ୍ଟ ହୋଇପାରିଲା ନାହିଁ। ଯାହାକି ରାଜ୍ୟ ସରକାର ଓ ପୋଲିସ ବିଭାଗକୁ ସନ୍ଦେହ ଘେରକୁ ଟାଣି ଆଣିଥିଲା। ଅନ୍ୟପଟେ ଝାରସୁଗୁଡା କୋର୍ଟରେ ଜୁଲାଇ ୨୦ ଓ ଜୁଲାଇ ୨୭ ତାରିଖରେ ଗୋପାଳଙ୍କୁ କଡା ସୁରକ୍ଷା ବଳୟରେ ହାଜର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍‌ ଗଲେ ଦମ୍ପତି

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଓଡ଼ିଶାରେ ଜନ ଭାଗୀଦାରିରେ ଚାଲୁଛି ସରକାର: ଉପମୁଖ୍ୟମନ୍ତ୍ରୀ

ଜଗତ୍‌ସିଂହପୁର,୨୨।୯ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଶନିବାର ରାଜ୍ୟର ଭାଜପା ସରକାରଙ୍କ ୧୦୦ ଦିନ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri